କୋଭିଡ ଯୁଦ୍ଧରେ ଜିତିଲେ ୯୮ ଆକ୍ରାନ୍ତ, କରତାଳି ଦେଇ ବିଦାୟ ଜଣାଇଲେ ଷ୍ଟାଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

କୋଭିଡ ଯୁଦ୍ଧରେ ଜିତିଲେ ୯୮ ଆକ୍ରାନ୍ତ, କରତାଳି ଦେଇ ବିଦାୟ ଜଣାଇଲେ ଷ୍ଟାଫ୍‌

ଭୋପାଲ: କୋଭିଡ ଯୁଦ୍ଧରେ ଜିତିଲେ ୯୮ ଜଣ ଆକ୍ରାନ୍ତ।  ମେଡିକାଲରୁ ଡିସଚାର୍ଜ ହେବା ବେଳେ ସେମାନଙ୍କୁ କରତାଳି ଦେଇ ବିଦାୟ ଜଣାଇଲେ ଓ ଉତ୍ସାହିତ କଲେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଷ୍ଟାଫ୍ । ଏମିତି ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ ।

ମଧ୍ୟପ୍ରଦେଶର ଏକ କୋଭିଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ୯୮ଜଣ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ଦୁଇ ଥର ନେଗେଟିଭ୍ ଆସିବା ପରେ ମେଡିକାଲ ପକ୍ଷରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସେପଟେ ଏହି ରହଣୀ ମଧ୍ୟରେ ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ଯାହାକୁ ଖୋଦ ଆକ୍ରାନ୍ତମାନେ ବଖାଣିଛନ୍ତି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମଗ୍ର ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି । ଏହା ଭିତରୁ ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୨ ହଜାର ୧୩୮ । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୭୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮କୁ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩ ହଜାର ୯ଶହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି।



from Odisha Reporter https://ift.tt/2zUE1Gh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages