ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ‘ଅମ୍ଫାନ’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ସେ ଆକାଶମାର୍ଗରୁ ବୁଲି ଦେଖିବେ। ଏହା ସହିତ ଏଠାରେ ସମୀକ୍ଷା ବୈଠକ ମଧ୍ୟ କରିବେ। ଏ ନେଇ ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ଅପରାହ୍ନ ୨ଟା ୫୦ରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ୨ଟା ୫୫ରେ MI ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ। ଅପରାହ୍ନ ୪ଟା ୫୫ରେ ସେ ଭୁବନେଶ୍ୱର ଫେରିବେ। ଏଠାରେ ୫ଟାରୁ ୬ ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିବେ। ଏହା ପରେ ସନ୍ଧ୍ୟା ୬ଟା୧୫ରେ ସେ ଦିଲ୍ଲୀ ଫେରିଯିବେ।
ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତ ରାତିରେ ଭୁବନେଶ୍ୱର ଏୟାରପୋର୍ଟରେ ଏସ୍ପିଜି ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଇଛି। ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ ମହାନ୍ତି, ଏଡିଜି (ହେଡକ୍ୱାର୍ଟର୍ସ) ସୌମେଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ପ୍ରମୁଖ ଗତକାଲି ଭୁବନେଶ୍ୱର ବିମାନବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।
ସୂଚନାଯୋଗ୍ୟ, ବାତ୍ୟା ‘ଅମ୍ଫାନ’ ଦ୍ୱାରା ପଶ୍ଚିମବଙ୍ଗ ଅଧିକ ପ୍ରଭାବିତ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ସେଠାକୁ ମଧ୍ୟ ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ। ତା’ସହିତ ସେଠାରେ ବି ସମୀକ୍ଷା ବୈଠକ କରିବେ।
from Odisha Reporter https://ift.tt/2ynauEP
No comments:
Post a Comment