ଆପାର୍ଟମେଣ୍ଟରୁ ମିଳିଲା ହଲିଉଡ୍ ଅଭିନେତା ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଆପାର୍ଟମେଣ୍ଟରୁ ମିଳିଲା ହଲିଉଡ୍ ଅଭିନେତା ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମୃତଦେହ

ଲାସ୍ ଭେଗାସ୍: ୨୦୦୮ରେ ଆସିଥିବା ଲୋକପ୍ରିୟ ହଲିଉଡ୍ ଫିଲ୍ମ ‘Twilight’ରେ ଅଭିନୟ କରିଥିବା ଗ୍ରେଗୋରୀ ଟାୟରୀ ବୋଏସ୍‌ଙ୍କର ମାତ୍ର ୩୦ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୧୩ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପୁଲିସ୍ ଲାସ୍ ଭେଗାସ୍ ସ୍ଥିତ ଗ୍ରେଗୋରୀଙ୍କ ଘରେ ତାଙ୍କର ଓ ତାଙ୍କ ଗର୍ଲଫ୍ରେଣ୍ଡ ନାଟାଲୀ ଆଡେପୋଜୁଙ୍କର ମୃତଦେହ ଉଦ୍ଧାର କରିଥିଲା। ତେବେ ସନ୍ଦେହ ଜନକ ଭାବେ ଦୁହିଁଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଗ୍ରେଗୋରୀଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ମାତ୍ରେ ସୋଶାଲ୍ ମିଡିଆରେ ଶୋକର ଲହରୀ ଖେଳିଯାଇଥିଲା। ପ୍ରଶଂସକମାନେ ତାଙ୍କ ଆକସ୍ମିକ ଦେହାନ୍ତରେ ବହୁତ ଦୁଃଖୀ ହୋଇଛନ୍ତି।

ସୂଚନାଯୋଗ୍ୟ, ଗ୍ରେଗୋରୀ ‘Twilight’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ନାଁ ଟାୟଲର କ୍ରାଉଲି ଥିଲା। ଏହି ଭୂମିକାରେ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା। ତେବେ ତାଙ୍କ ଦେହାନ୍ତରେ ‘Twilight’ ସିରିଜ୍‌ର ଅଭିନେତା ଏଡି ଗାଥେଗି ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘ସାନଭାଇ ଗ୍ରେଗୋରୀ ଟାୟରୀ ବଏସ୍ ଏବଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଦେହାନ୍ତରେ ମୁଁ ଦୁଃଖିତ। ସେ ଏବେ ବହୁତ ଛୋଟ ଥିଲେ। ଉଭୟଙ୍କ ଆତ୍ମାକୁ ଶାନ୍ତି ମିଳୁ।’

ହଲିଉଡର ଆହୁରି ବହୁ ସେଲେବ୍ରିଟି ଗ୍ରେଗୋରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ବହୁତ ପ୍ରଶଂସକ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। କେହି କେହି ଏହି ଖବର ପାଇ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ଏବଂ ସହଜରେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଜଣାଇଦେବାକୁ ଚାହୁଁ ଯେ ଗ୍ରିଗୋରୀଙ୍କର ଏକ ୧୦ ବର୍ଷର ଝିଅ ମଧ୍ୟ ଅଛି, ଯାହାର ନାଁ ଅଲାୟା।



from Odisha Reporter https://ift.tt/2Zn107I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages