ମେଡିକାଲ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 11, 2020

ମେଡିକାଲ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ ଯୁବକ

ଢେଙ୍କାନାଳ(ରାଜଶ୍ରୀ ଶତପଥି): ମେଡିକାଲ ଯାଉଥିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଜୀବନ ହାରିଲେ ଯୁବକ। ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଜାମୁଚକଡା ଗ୍ରାମରେ ଘଟିଛି। ମୃତକ ହେଲେ ଜାମୁଚକଡା ଗ୍ରାମର ଦୁର୍ଯ୍ୟୋଧନ ନାୟକ ।

ଗତକାଲି ବିଳମ୍ବିତ ରାତିରେ ଜରୁରୀ ଚିକିତ୍ସା ପାଇଁ ଦୁର୍ଯ୍ୟୋଧନ ଅନ୍ୟ ଜଣଙ୍କ ସାଙ୍ଗରେ ବାଇକ୍‌ରେ ବସି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଯାଉଥିଲେ। କିନ୍ତୁ ଗାଁଠାରୁ ଅଳ୍ପ ବାଟ ଆସିବା ପରେ ରାସ୍ତାକଡ଼ରେ ଛିଡା ହୋଇଥିବା ହାତୀ ପଲଙ୍କ ହାବୁଡରେ ପଡିଯାଇଥିଲେ। ଜୀବନ ବିକଳରେ ବାଇକ୍‌ ବୁଲାଇ ପଳାଉଥିବାବେଳେ ପଛରେ ବସିଥିବା ଦୁର୍ଯ୍ୟୋଧନଙ୍କୁ ହାତୀ ଶୁଣ୍ଢରେ ଟାଣି ଆଣି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି। ବାଇକ୍‌ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି।



from Odisha Reporter https://ift.tt/2SW6YZf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages