ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଥିବା ବେଳେ ୧୫ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର। କେସ୍ ନଂ ୧୨୯ରୁ ୧୪୩ ପର୍ଯ୍ୟନ୍ତ ଏହି ଆକ୍ରାନ୍ତମାନଙ୍କର କୋଲକାତା ଲିଙ୍କ୍ ଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ସୂଚନା ମିଳିଛି। ଏହାବ୍ୟତୀତ ଏହି ୧୫ ଜଣଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ଯାଜପୁର କଟିକଟା ଅଞ୍ଚଳର।
ସମୁଦାୟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କେସ୍ ନଂ ୯୮ଙ୍କ ସଂପର୍କୀୟ/ପଡ଼ୋଶୀ ବୋଲି ଜଣାପଡ଼ିଛି। ଆକ୍ରାନ୍ତ ନଂ ୧୩୦, ୧୩୨, ୧୩୪, ୧୩୬, ୧୪୧ ଓ ୧୪୨ ହେଉଛନ୍ତି ଆକ୍ରାନ୍ତ ନଂ ୯୮ଙ୍କ ସମ୍ପର୍କୀୟ । ସେମାନଙ୍କ ବ୍ୟତୀତ କେସ୍ ନଂ ୧୩୧, ୧୩୮ ଓ ୧୩୯ ହେଉଛନ୍ତି ଆକ୍ରାନ୍ତ ନଂ ୯୬ଙ୍କ ପଡ଼ୋଶୀ।
କେସ୍ ନଂ ୧୩୭ ଯାଜପୁର ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ହୋଇଥିବା ବେଳେ ୧୩୫ ନଂ ଆକ୍ରାନ୍ତ ୩ ବର୍ଷର ଶିଶୁପୁତ୍ର ଓ କେସ୍ ନଂ ୧୩୩ ହେଉଛନ୍ତି ଜଣେ ୫୨ ବର୍ଷୀୟା ମହିଳା। ଏହି ୩ ଜଣ କୋଲକତାରୁ ଫେରିଥିବା ଉଭୟ ୯୬ ଓ ୯୮ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି।
କେସ୍ ନଂ ୧୪୧ କଟିକଟା ଅଞ୍ଚଳର ଜଣେ ୮୫ ବର୍ଷୀୟା ବୃଦ୍ଧା ହୋଇଥିବା ବେଳେ ସେ ୯୮ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ବୋଲି ଜଣାପଡ଼ିଛି। ସେମାନଙ୍କ ବ୍ୟତୀତ କେସ୍ ନଂ ୧୪୩ ବାଲେଶ୍ୱର ସିମୁଳିଆର ୫୮ ବର୍ଷୀୟ ବ୍ୟକ୍ତି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି।
from Odisha Reporter https://ift.tt/3bVGTB7
No comments:
Post a Comment