ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୨୦ ବଖରାରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି।
ଭଦ୍ରକ ସହରର ଜାନୁଗଞ୍ଜ ଦାଢ଼ିଆ ସାହିରେ ଦୁଇଟି ପରିବାର ଦୁଇ ବଖରାରୁ ଅଧିକ ଘର ଜଳିଯାଇଛି। ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଆଉ କିଛି ନଥିଲା।
ସେହିପରି ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତର ନୂଆଶାସନ ଗାଁରେ ୬ଟି ପରିବାରର ୧୮ ବଖରା ଘର ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ଲୋକେ ଜୀବନବିକଳରେ ଘରୁ ବାହାରି ଆସିଥିଲେ। କିନ୍ତୁ କୌଣସି ଆସବାବପତ୍ର ବାହାର କରିପାରି ନଥିଲେ। ଫଳରେ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଉଭୟ ସ୍ଥାନର ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
from Odisha Reporter https://ift.tt/2WI9Yto
No comments:
Post a Comment