ଅମ୍ଫାନ ଭୟ, ୨୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ଅମ୍ଫାନ ଭୟ, ୨୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ

ଢ଼ାକା: ମହାବାତ୍ୟା ଅମ୍ଫାନ ଭୟରେ ବାଂଲାଦେଶ ସରକାର ଉପକୂଳବର୍ତ୍ତି ଜିଲ୍ଲାରେ ଥିବା ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବାଂଲାଦେଶ ସରକାର ୧୯ଟି ଉପକୂଳବର୍ତ୍ତି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ପଶ୍ଚିମବଙ୍ଗର ସୁନ୍ଦରବନରେ ଏହି ମହାବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପିଆଇବି ରିପୋର୍ଟ ଅନୁଯାୟୀ ଏହି ମହାବାତ୍ୟା ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ମହାବାତ୍ୟା ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୫୭୦କି.ମି ଦୂରରେ ରହିଛି | ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୪କିମି ବେଗରେ ଉତ୍ତରଉତ୍ତରପୂର୍ବ ଦିଗରେ ଗତି କରୁଛି | ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାଟିଆ ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି |

ଅମ୍ଫାନର ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ଆସାମ ଏବଂ ମେଘାଳୟରେ ୨୧ ତାରିଖ ଯାଏ ପ୍ରବଳ ବର୍ଷା ସହିତ ପବନ ବୋହିବାର ସମ୍ଭାବନା ରହିଛି। ପବନର ବେଗକୁ ନଜରରେ ରଖି ଏନଡିଆରଏଫର ୫୩ଟି ଟିମ୍ ନିୟୋଜିତ ରହିଛି।



from Odisha Reporter https://ift.tt/36dNlB6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages