କ୍ଲିନିକ ଓ ନର୍ସିଂହୋମ ଖୋଲିବାକୁ କେନ୍ଦ୍ରର ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

କ୍ଲିନିକ ଓ ନର୍ସିଂହୋମ ଖୋଲିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଅନ୍ୟ ରୋଗର ଉତ୍ତମ ଚିକିତ୍ସା ପାଇଁ ରାଜ୍ୟଗୁଡ଼ିକ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟଗୁଡ଼ିକରେ ଥିବା ସମସ୍ତ ଘରୋଇ କ୍ଲିନିକ/ପ୍ୟାଥୋଲ୍ୟାବ ଓ ନର୍ସିଂହୋମ ଖୋଲିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କିଛି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଏହାକୁ କେନ୍ଦ୍ର ସରକାର ନାପସନ୍ଦ କରିଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ଚିଠି ଲେଖି କହିଛନ୍ତି ଯେ “ରାଜ୍ୟଗୁଡ଼ିକ ମେଡିକାଲ ପ୍ରଫେସନାଲ, ପାରାମେଡିକାଲ ଷ୍ଟାଫ, ସାନିଟେସନ କର୍ମଚାରୀ ଓ ଆମ୍ବୁଲାନ୍ସଗୁଡ଼ିକର ଉତ୍ତମ ଯାତାୟାତ ଦିଗରେ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। କେବଳ ରାଜ୍ୟ ମଧ୍ୟରେ ନୁହେଁ, ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମଧ୍ୟ ସ୍ୱାସ୍ଥ୍ୟସେବା ଓ ସଫେଇ କାମରେ ନିୟୋଜିତ କର୍ମଚାରୀମାନେ ଯିବା ଆସିବା କରିପାରିବେ। ଏହା ଉପରେ କୌଣସି କଟକଣା ରହିବ ନାହିଁ।

ରାଜ୍ୟଗୁଡ଼ିକର କଟକଣା ଯୋଗୁ ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ଖବର ମିଳିଛି। ଏହା ଆଦୌ ଠିକ ନୁହେଁ। ଆଗକୁ ଯେମିତି କୌଣସି କଟକଣା ନ ରହିବ, ସେ ଦିଗରେ ରାଜ୍ୟଗୁଡ଼ିକ କାର୍ଯ୍ୟ କରିବା ଦରକାର ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

କ୍ୟାବିନେଟ ସଚିବ ରାଜୀବ ଗୌବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଚିବମାନଙ୍କ ସହ ଆଲୋଚନା କରିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଚିଠି ଲେଖାଯାଇଛି।



from Odisha Reporter https://ift.tt/2WlgEP1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages