ଏଣିକି ଟ୍ରେନରେ ଆସିପାରିବେ ଅଧିକ ପ୍ରବାସୀ, ମିଳିବ ୩ ଷ୍ଟପେଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 11, 2020

ଏଣିକି ଟ୍ରେନରେ ଆସିପାରିବେ ଅଧିକ ପ୍ରବାସୀ, ମିଳିବ ୩ ଷ୍ଟପେଜ୍‌

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକଙ୍କ ପାଇଁ ରେଳ ମନ୍ତ୍ରଣାଳୟ ବଡ଼ ଘୋଷଣା କରିଛି। ଏଣିକି ଟ୍ରେନର ଯେତିକି କ୍ଷମତା, ସେତିକି ଲୋକ ଯାତ୍ରା କରିପାରିବେ। ଏହାର ଅର୍ଥ ଟ୍ରେନରେ ପୂର୍ଣ୍ଣ କ୍ଷମତା ସହ ପ୍ରବାସୀଙ୍କୁ ନେବା ଆଣିବା କରାଯିବ। ପୂର୍ବରୁ ଟ୍ରେନର କ୍ଷମତା ତୁଳନାରେ ସାମାଜିକ ଦୂରତା ପାଇଁ ୧୨ ଶହରୁ କମ ଲୋକଙ୍କୁ ଟ୍ରେନ ଯାତ୍ରା ପାଇଁ ଅନୁମତି ମିଳୁଥିଲା।

ହେଲେ ଏବେ ପ୍ରାୟ ୧୭ଶହରୁ ଅଧିକ ଲୋକ ଯିବା ଆସିବା କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ସେହିପରି ପ୍ରବାସୀମାନେ ଯାଉଥିବା ଟ୍ରେନଗୁଡ଼ିକ କେବଳ ୩ଟି ସ୍ଥାନରେ ଅଟକିବାର ସୁବିଧା ପାଇବେ। ରାଜ୍ୟଗୁଡ଼ିକର ଅନୁରୋଧକ୍ରମେ ରେଳ ମନ୍ତ୍ରଣାଳୟ ଏଭଳି ପରିବର୍ତ୍ତନ କରିଛି।

ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରବାସୀଙ୍କୁ ନେବା ପାଇଁ ସ୍ପେଶାଲ ଶ୍ରମିକ ଟ୍ରେନ ଚଳାଚଳ କରୁଛି। ଏଥିରେ ୨୪ଟି ବଗି ରହିଥିବା ବେଳେ ପ୍ରତିଟି କୋଚରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ଏବେ କରୋନାର ସାମାଜିକ ଦୂରତା ପାଇଁ ପ୍ରତି କୋଚରେ ୫୪ ଜଣ ପ୍ରବାସୀ ଯାଇପାରିବାର ନିୟମ ରହିଥିଲା।

ତେବେ ଏହାକୁ ୭୨କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ମେ’ ୧ରୁ ରେଳ ମନ୍ତ୍ରଣାଳୟ ପ୍ରାୟ ୫ ଲକ୍ଷ ପ୍ରବାସୀଙ୍କୁ ବିଭିନ୍ନ ରାଜ୍ୟକୁ ଟ୍ରେନ ଯୋଗେ ପଠାଇ ସାରିଲାଣି। ଆହୁରି ଲକ୍ଷଲକ୍ଷ ପ୍ରବାସୀ ଅଟକି ରହିଥିବାରୁ ସେମାନଙ୍କ ଶୀଘ୍ର ଆଗମନ ପାଇଁ ରାଜ୍ୟଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଟ୍ରେନ ଚଳାଚଳ କରିବାକୁ ଅନୁମତି ମାଗିଥିଲେ।

ଏହି ଅନୁରୋଧକ୍ରମେ ରେଳ ମନ୍ତ୍ରଣାଳୟ ପୂର୍ଣ୍ଣ କ୍ଷମତାର ସହ ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ୩୦୦ଟି ଲେଖାଏ ଟ୍ରେନ ଚଳାଇବାକୁ ଆମେ ସକ୍ଷମ। ଆମେ ଆଗାମୀ କିଛି ସପ୍ତାହ ମଧ୍ୟରେ ଯଥା ସମ୍ଭବ ପ୍ରବାସୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ଚେଷ୍ଟା କରିବୁ।

ମେ’୧୦ ସୁଦ୍ଧା ୩୩୬ଟି ଟ୍ରେନ ପ୍ରବାସୀଙ୍କୁ ନେବା ଆଣିବାରେ ମୁତୟନ ହୋଇଛି। ୨୮୭ଟି ଟ୍ରେନ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ବେଳେ ୭୯ଟି ଟ୍ରେନ ଅଧା ରାସ୍ତାରେ ରହିଛନ୍ତି।



from Odisha Reporter https://ift.tt/3dwKeqy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages