ପରିବା ବୋଝେଇ ଠେଲା ଗାଡ଼ିକୁ ଫୋପାଡ଼ି ଦେଲା ପୁଲିସ୍‌, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ପରିବା ବୋଝେଇ ଠେଲା ଗାଡ଼ିକୁ ଫୋପାଡ଼ି ଦେଲା ପୁଲିସ୍‌, ଭିଡିଓ ଭାଇରାଲ

ମୀରଟ: ଉତ୍ତର ପ୍ରଦେଶ ପୁଲିସର ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ଫ୍ଲାଗମାର୍ଚ୍ଚ ନାଁରେ ରାସ୍ତା କଡ଼ରେ ରହିଥିବା ପରିତ୍ୟକ୍ତ ପରିବା ବୋଝେଇ ଠେଲା ଗାଡ଼ିକୁ ପୁଲିସ୍‌ ଫୋପାଡ଼ି ଦେଇଛି। ପୁଲିସ୍‌ର ଏପରି କାଣ୍ଡ କ୍ୟାମେରାରେ କଏଦ ହୋଇଛି। ଭିଡିଓ ଭାଇରାଲ ହେବାପରେ ମୀରଟ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ମୋବାଇଲରେ ଶୁଟିଂ ହୋଇଥିବା ଭିଡିଓରେ ବିପୁଳ ସଂଖ୍ୟାରେ ପୁଲିସ୍‌ ପକ୍ଷରୁ ଏକ ଗଳିରେ ଫ୍ଲାଗମାର୍ଚ୍ଚ କରୁଛନ୍ତି। ଏହି ସମୟରେ ପୁଲିସ୍‌ କର୍ମଚାରୀମାନେ ରାସ୍ତା କଡ଼ରେ ରହିଥିବା ଦୁଇଟି ପରିବା ବୋଝେଇ ଠେଲା ଗାଡ଼ିକୁ ରାସ୍ତାରେ ଫୋପାଡ଼ି ଦେଉଛନ୍ତି। ଏହାପରେ ପୁଲିସ୍‌ ପୂରା ଅଞ୍ଚଳରେ ବୁଲିବୁଲି ଲୋକମାନେ ଘରୁ ବାହାରିଛନ୍ତି କି ନାହିଁ, ତା’ର ଯାଞ୍ଚ କରୁଛି।

ଏହି ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କିଏ ରାଇଫଲ ଧରିଛି ତ ଆଉ କିଏ ଦଙ୍ଗା ବେଳେ ବ୍ୟବହୃତ ସୁରକ୍ଷା କବଚ ପରିଧାନ କରିଛନ୍ତି। ପୁଲିସ୍‌ର ଏହି କାଣ୍ଡର ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଏହାକୁ ତୀବ୍ର ବିରୋଧ କରାଯାଉଛି।

ମୀରଟରେ କରୋନା ଭାଇରସରେ ୨୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ରାଜ୍ୟର ଅନ୍ୟତମ ହଟସ୍ପଟ ଭାବେ ଚିହ୍ନଟ ହୋଇଛି।

ଭିଡିଓ ସୌଜନ୍ୟ ଏନଡି ଟିଭି

 



from Odisha Reporter https://ift.tt/2WYkrB9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages