ମୁମ୍ବାଇରୁ ଫେରୁଥିବା ବେଳେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ମୁମ୍ବାଇରୁ ଫେରୁଥିବା ବେଳେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପଶ୍ଚିମବଙ୍ଗର କିଛି ଲୋକଙ୍କୁ ନେଇ ମୁମ୍ବାଇରୁ ଆସୁଥିବା ଏକ ବସ୍ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୭ଟା ବେଳେ ବସ୍‌ଟିର ଏକ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେହିପରି ବସ୍‌ରେ ମୋଟ ୨୭ ଜଣ ଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୨୪ ଜଣ ଯାତ୍ରୀ (୧୪ ପୁରୁଷ ଓ ୧୦ ମହିଳା)ଙ୍କୁ ନେଇ ଏହି ବସ୍‌ଟି ମୁମ୍ବାଇରୁ ଆସୁଥିଲା। ବସ୍‌ରେ ଦୁଇ ଜଣ ଡ୍ରାଇଭର ଓ ଜଣେ ହେଲ୍‌ପର୍ ଥିଲେ। ୨୪ ଯାତ୍ରୀଙ୍କ ମଧ୍ୟରୁ କିଛି କ୍ୟାନସର ରୋଗୀ ଥିଲେ, ଯେଉଁମାନେ ମୁମ୍ବାଇର ଟାଟା ମେମୋରିଆ କ୍ୟାନ୍‌ସର ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇ ଫେରୁଥିଲେ। ସେମାନଙ୍କ ସହିତ ସେମାନଙ୍କ ସଂପର୍କୀୟମାନେ ବି ଥିଲେ। ଲକ୍‌ଡାଉନ୍‌ ଯୋଗୁ ସେମାନେ ସେଠାରେ ଫସି ଯାଇଥିଲେ। ତେଣୁ ଏକାଠି ହୋଇ ବସ୍ ଭଡ଼ା କରି ନିଜ ରାଜ୍ୟ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

୧୨ ଆହତଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଗୁରୁତରଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ହଣ୍ଡପା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନା ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2ydeUOv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages