ଭାରତରେ ପ୍ରଥମ: ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ ସ୍ୱତନ୍ତ୍ର ଡ୍ରୋନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ଭାରତରେ ପ୍ରଥମ: ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ ସ୍ୱତନ୍ତ୍ର ଡ୍ରୋନ

ଜୟପୁର: ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ପାକିସ୍ତାନୀ ପଙ୍ଗପାଳଙ୍କ ମୁକାବିଲା ପାଇଁ ଭାରତରେ ନୂଆ ରଣନୀତି ଆପଣା ଯାଇଛି। ପ୍ରଥମଥର ପାଇଁ ରାଜସ୍ଥାନର କୃଷି ବିଭାଗ ଏକ ସ୍ୱତନ୍ତ୍ର ଡ୍ରୋନ ଦ୍ୱାରା ଏହି ମାରାତ୍ମକ ପଙ୍ଗପାଳଙ୍କୁ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ କରିଛି। ରାଜସ୍ଥାନରେ ହେକ୍ଟର ହେକ୍ଟର ଫସଲକୁ କ୍ଷତି ପହଞ୍ଚାଇଥିବା ପଙ୍ଗପାଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏହି ଡ୍ରୋନ ସହାୟକ ହେଉଛି।

ଏହି ଡ୍ରୋନକୁ କେନ୍ଦ୍ର କୃଷି ବିଭାଗ ପ୍ରଥମେ ଯାଞ୍ଚ କରିଥିଲା। ଏହାପରେ ଏହାକୁ ମଙ୍ଗଳବାର ଦିନ ରାଜ୍ୟ କୃଷି ବିଭାଗକୁ ହସ୍ଥାନ୍ତର କରାଯାଇଥିଲା। ବୁଧବାର ଠାରୁ ଚୌମୁ ତହସିଲ ଅଧୀନରେ ଥିବା ସମୋଦ ଗାଁରେ ଡ୍ରୋନ ଦ୍ୱାରା ପଙ୍ଗପାଳଙ୍କୁ ହଟାଇବା କାମ ଆରମ୍ଭ ହୋଇଛି।

ଏହି ଡ୍ରୋନ ଫଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ ୧୦ ଲିଟର କୀଟନାଶକ ସ୍ପ୍ରେ କରିବା ସହ ଏକ ସ୍ୱତନ୍ତ୍ର ଶବ୍ଦ ସୃଷ୍ଟି କରୁଛୁ। ଫଳରେ ଡ୍ରୋନ ଯେଉଁ ସବୁ ସ୍ଥାନରେ ଉଡ଼ୁଛି, ସେଠାରୁ ପଙ୍ଗଳପାଳମାନେ ଅନ୍ୟତ୍ର ଚାଲି ଯାଉଛନ୍ତି। ବୁଧବାର ପରୀକ୍ଷାମୂଳକ ଭାବେ ଏହି ଡ୍ରୋନକୁ ବ୍ୟବହାର କରାଯାଇଥିବା ବେଳେ ଆଜିଠାରୁ ୩୦ଟି ସ୍ଥାନରେ ଏହାକୁ ବ୍ୟବହାର କରାଯିବ।

ଡ୍ରୋନରେ ଥିବା କେମିକାଲ ସ୍ପ୍ରେ ୧୦ ମିନିଟ୍‌ ଭିତରେ ଶେଷ ହୋଇଯିବ। ଏହାପରେ ଟ୍ରାକ୍ଟର ଦ୍ୱାରା ଏଥିରେ ପୁଣିଥରେ କେମିକାଲ ଭର୍ତ୍ତି କରାଯାଉଛି। କୃଷି ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହାକୁ ବ୍ୟବହାର କରାଯାଉଛି।

ସୂଚନାଯୋଗ୍ୟ, ଫସଲ ନଷ୍ଟ କରିଦେଉଥିବା କୋଟିକୋଟି ପଙ୍ଗପାଳ ଏବେ ଭାରତରେ ଉତ୍ପାତ୍ତ କରୁଛନ୍ତି। ବିଶେଷ କରି ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହାର ଅଧିକ ପ୍ରଭାବ ଦେଖାଦେଇଛି। ଓଡ଼ିଶା ପ୍ରତି ମଧ୍ୟ ଏହାର ବିପଦ ରହିଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ପଙ୍ଗପାଳ ଯେଉଁ ସବୁ ସ୍ଥାନ ଦେଇ ଉଡ଼ିଥାଆନ୍ତି, ସେଠାରେ ଥିବା ସବୁ ଫସଲକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚଳୁ କରିଦେଇଥାଆନ୍ତି।



from Odisha Reporter https://ift.tt/3cdshMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages