ନୂଆଦିଲ୍ଲୀ: ମହମାରୀ କରୋନା ଭାଇରର ଉତ୍ପତ୍ତି ସ୍ଥଳକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। କରୋନା ଭାଇରସ ପ୍ରାକୃତିକ ନୁହେଁ ବରଂ ଏହାକୁ ଏକ ଲ୍ୟାବରେ ପ୍ରସ୍ତୁତ କରାଯାଇଛି। ଏହା ଏକ ମନୁଷ୍ୟକୃତ ଭାଇରସ ବୋଲି ଗଡ଼କରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୂର୍ବରୁ ଆମେରିକା ଠାରୁ ଆରମ୍ଭ କରି ଏକାଧିକ ରାଷ୍ଟ୍ର କରୋନା ଭାଇରସ ଚାଇନାର ଉହାନରେ ଥିବା ଏକ ଲ୍ୟାବରୁ ସୃଷ୍ଟି ହୋଇଥିବା କଥା କହିଥିଲେ। ହେଲେ ଏଯାଏ ଏହାର କୌଣସି ପ୍ରମାଣ ମିଳିନାହିଁ। ସେହିପରି ଭାରତ ଆଜି ଯାଏ କେବେ ହେଲେ କରୋନା ଭାଇରସ କେଉଁଠି ସୃଷ୍ଟି ହୋଇଥିଲା, ସେକଥା କହି ନଥିଲା। ପ୍ରଥମଥର ପାଇଁ କୌଣସି କେନ୍ଦ୍ରମନ୍ତ୍ରୀ କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ବଡ଼ ବୟାନ ଦେଇଛନ୍ତି।
ଗଡ଼କରୀ କହିଛନ୍ତି, “ଆମକୁ ବୁଝିବାକୁ ପଡ଼ିବ ଯେ କରୋନା ସହ ସମସ୍ତଙ୍କୁ ଦୀର୍ଘ ଦିନ ଧରି ରହିବାକୁ ପଡ଼ିବ। ଏହା ଏକ ପ୍ରାକୃତିକ ଭାଇରସ ନୁହେଁ। ଏହାକୁ ତିଆରି କରାଯାଇଛି। ତେବେ ବିଶ୍ୱର ଏକାଧିକ ରାଷ୍ଟ୍ର ଏହାର ଟିକା ଖୋଜିବା କାର୍ଯ୍ୟରେ ଲାଗିଛନ୍ତି। ଭାରତ ବି ଏହି ତାଲିକାରେ ରହିଛି। ଏଯାଏ ଟିକା ମିଳିନାହିଁ। କିନ୍ତୁ ଆମର ଆଶା ଖୁବଶୀଘ୍ର କରୋନା ଟିକା ଉପଲବ୍ଧ ହେବ। ଏଥିରେ କୌଣସି ଅସୁବିଧା ନାହିଁ।
ଆମକୁ ଏମିତି ଏକ ପ୍ରଣାଳୀ ଆପଣାଇବାକୁ ପଡ଼ିବ, ଯାହାଦ୍ୱାରା ଆମେ ଯଥାଶୀଘ୍ର କରୋନା ଭାଇରସକୁ ଚିହ୍ନଟ କରିପାରିବା। ତେବେ ଏଭଳି ପ୍ରଣାଳୀ ଠାବ କରିବା କଷ୍ଟକର। କାରଣ ଏହି ଭାଇରସ ଏକ ଲ୍ୟାବରୁ ତିଆରି କରାଯାଇଛି। ଏହା ଆପେଆପେ ବିଶ୍ୱକୁ ଚାଲି ଆସିନାହିଁ। କରୋନାର ମୁକାବିଲା ପାଇଁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଭାରତ ମଧ୍ୟ ପ୍ରସ୍ତୁତ। ଥରେ ଟିକା ବାହାରି ଗଲେ, ଆଉ କିଛି ବି ଅସୁବିଧା ହେବନାହିଁ।”
from Odisha Reporter https://ift.tt/35V4vUc
No comments:
Post a Comment