ଯାଜପୁର ଜିଲ୍ଲାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ଯାଜପୁର ଜିଲ୍ଲାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଅତିକ୍ରମ କରି ସାରିଥିବା ବେଳେ ଅଧିକାଂଶଙ୍କର ରହିଛି କୋଲକତା ଲିଙ୍କ୍‌। ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ଗତକାଲି ଯାଜପୁରରେ ପହଞ୍ଚି  ସ୍ଥିତିର ସମୀକ୍ଷା କରିଥିଲେ । ଡାକ୍ତର ମହେଶ ୱାଘାମାରେଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ  ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲାରେ କରୋନା ସ୍ଥିତି, କରୋନା ଆକ୍ରାନ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚିକିତ୍ସା ବ୍ୟବସ୍ଥା ଓ କଣ୍ଟେନମେଣ୍ଟ ଜୋନରେ ସ୍ୱାବ୍ ନମୁନା ସଂଗ୍ରହ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ସମ୍ପର୍କରେ ମଧ୍ୟ କେନ୍ଦ୍ରୀୟ ଟିମ୍ ପଚାରି ବୁଝିଥିଲେ । ଏହି ଟିମ୍ କିଛି ଦିନ ଜିଲ୍ଲାରେ ରହି ବିଭିନ୍ନ କୋଭିଡ ହସ୍ପିଟାଲ ଓ କଣ୍ଟେନମେଣ୍ଟ ଜୋନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ  ।



from Odisha Reporter https://ift.tt/3ctyGo0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages