ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ମାର୍କୋଣା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୬ଟାରୁ ୧୬ ତାରିଖ ସକାଳ ୬ଟା ଯାଏ ଶଟ୍ଡାଉନ୍ କଟକଣା ବଳବତ୍ତର ରହିବ। ମାର୍କୋଣା ସରପଞ୍ଚ ପ୍ରଦୀପ କୁମାର ବେହେରା ଏହି ଘୋଷଣା କରିଛନ୍ତି। ଏନେଇ ସେ ପଞ୍ଚାୟତର ସମସ୍ତ ଗାଁରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ଲୋକଙ୍କୁ ଅବଗତ କରାଇଛନ୍ତି।
ଏହି ଶଟ୍ଡାଉନ୍ ସମୟରେ ଔଷଧ ଦୋକାନ ଖୋଲା ରହିବ। ତେବେ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ପଞ୍ଚାୟତବାସୀ ସମର୍ଥନ କରିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ଆକ୍ରାନ୍ତ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି।
from Odisha Reporter https://ift.tt/2YZ9SQM
No comments:
Post a Comment