ମୋଦୀ ଦେଲେ ନୂଆ କାମ: ଭିଡିଓ କରନ୍ତୁ, ପ୍ରତିଯୋଗିତାରେ ଭାଗ ନିଅନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ମୋଦୀ ଦେଲେ ନୂଆ କାମ: ଭିଡିଓ କରନ୍ତୁ, ପ୍ରତିଯୋଗିତାରେ ଭାଗ ନିଅନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୬୫ତମ ସଂସ୍କରଣ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ସାମ୍ପତିକ ପରିସ୍ଥିତିକୁ ନେଇ ଅନେକ ବିଷୟ କହିଛନ୍ତି। ଏହି କ୍ରମରେ କରୋନା ସଙ୍କଟ ସମୟରେ ଯୋଗର ମହତ୍ୱ ବୁଝାଇଛନ୍ତି। ଏଥିସହ ‘ମାଇ ଲାଇଫ, ମାଇ ୟୋଗା’ ଅର୍ଥାତ୍ ‘ମୋ ଜୀବନ, ମୋ ଯୋଗ’ ପ୍ରତିଯୋଗିତା ନେଇ ଘୋଷଣା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦୀ କହିଛନ୍ତି, କରୋନା ସଙ୍କଟ ସମୟରେ ବିଶ୍ୱର ଅନେକ ପ୍ରମୁଖ ନେତାମାନଙ୍କ ସହ ତାଙ୍କର ଆଲୋଚନା ହୋଇଛି। ଯୋଗ ତଥା ଆୟୁର୍ବେଦ ଉପରେ ସେମାନଙ୍କ ଅଧିକ ଜିଜ୍ଞାସା ଥିବା ଜଣାପଡ଼ିଛି। ସବୁଆଡ଼େ ଲୋକେ ଯୋଗ ଏବଂ ଆୟୁର୍ବେଦ ବାବଦରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି। ଅନେକ ଲୋକ ଏହାକୁ ଦୈନନ୍ଦିନ ଜୀବନରେ ଆପଣାଇଥିବା ବେଳେ ଯେଉଁମାନେ ଯୋଗ ବିଷୟରେ କିଛି ଜାଣନ୍ତି ନାହିଁ, ସେମାନେ ମଧ୍ୟ ଅନଲାଇନ୍ ମାଧ୍ୟମରେ ଯୋଗ କ୍ଲାସରେ ପଞ୍ଜିକରଣ କରିଛନ୍ତି। ଅନେକ ଲୋକ ଅନଲାଇନ୍ ଭିଡିଓ ଦେଖି ମଧ୍ୟ ଯୋଗ ଶିଖୁଛନ୍ତି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସଙ୍କଟ ସମୟରେ ଯୋଗର ମହତ୍ୱ ଆଜି ଆହୁରି ବଢ଼ି ଯାଇଛି। କାରଣ ଭୂତାଣୁ ଆମ ଶ୍ୱାସକ୍ରିୟା ପ୍ରକ୍ରିୟାକୁ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ। ଯୋଗ ମାଧ୍ୟମରେ ଶ୍ୱାସକ୍ରିୟା ପରିଚାଳନାକୁ ମଜବୁତ୍ କରିବା ଲାଗି ଅନେକ ପ୍ରାଣାୟାମ୍ ରହିଛି। ଏଗୁଡ଼ିକର ପ୍ରଭାବ ଦୀର୍ଘ ସମୟରୁ ଆମ ଦୃଷ୍ଟିଗୋଚର ମଧ୍ୟ ହୋଇଛି।

ମୋଦୀ କହିଛନ୍ତି, ଆପଣଙ୍କ ଜୀବନରେ ଯୋଗର ମହତ୍ୱକୁ ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରାଳୟ ମଧ୍ୟ ଏଥର କିଛି ନିଆରା ପଦକ୍ଷେପ ଗ୍ରହଣ କରିଛି। ଆୟୁଷ ମନ୍ତ୍ରାଳୟ ‘ମାଇ ଲାଇଫ୍, ମାଇ ୟୋଗା’ ବା ‘ମୋ ଜୀବନ, ମୋ ଯୋଗ’ ନାମରେ ଏକ ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ୍ ପ୍ରତିଯୋଗିତା ଆରମ୍ଭ କରିଛି। କେବଳ ଭାରତ ନୁହେଁ, ସାରା ଦୁନିଆର ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ମୋଦୀ ସୂଚନା ଦେଇଛନ୍ତି।

ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲା ଆପଣଙ୍କୁ ତିନି ମିନିଟର ଏକ ଭିଡିଓ ଅପଲୋଡ୍ କରିବାକୁ ପଡ଼ିବ। ଯୋଗ, ଆସନ କରୁଥିବା ବେଳେ ଏହି ଭିଡିଓ କରିବାକୁ ହେବ ଏବଂ ଯୋଗ ଆପଣଙ୍କ ଜୀବନକୁ କିଭଳି ପ୍ରଭାବିତ କରିଛି ତାହା ମଧ୍ୟ ଭିଡିଓରେ କହିବାକୁ ହେବ। ସୂଚନା ଥାଉ କି, ଆଗାମୀ ଜୁନ୍ ୨୧ରେ ସାରା ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ।



from Odisha Reporter https://ift.tt/3dmIFf2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages