ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୫୨; କେଉଁ ଜିଲ୍ଲାରେ କେତେ, ଜାଣି ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୫୨; କେଉଁ ଜିଲ୍ଲାରେ କେତେ, ଜାଣି ନିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପି ଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୭ ସୁସ୍ଥ ହୋଇସାରିଛନ୍ତି। ୭୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।

କରୋନାରେ ପ୍ରାଣ ହରାଇଥିବା ୬ ନମ୍ବର ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର। ତାଙ୍କୁ ୭୦ ବର୍ଷ ହୋଇଥିଲା। ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚି ଯାଇଛି। ଗଞ୍ଜାମରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, କଟକରୁ ୯, ଖୋର୍ଦ୍ଧାରୁ ୭, ଗଂଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ାରୁ ୨, ମାଲକାନଗିରିରୁ ୨, ବାଲେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଓ କନ୍ଧମାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଗଞ୍ଜାମରେ ୬ଟି ନୂଆ କେସ୍ ବାହାରିଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୦୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି।

ଯାଜପୁରରୁ ଆଉ ଜଣ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧୯ ଜଣ ଚିକିତ୍ସାଧୀନ ଅଛନ୍ତି।

ପୁରୀରୁ ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି।

କଟକରେ ୯ଟି ନୂଆ କେସ୍ ବାହାରିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ବାକି ୩୩ ଜଣ ଚିକିତ୍ସାଧୀନ ଅଛନ୍ତି।

ଖୋର୍ଦ୍ଧାରେ ଆହୁରି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୦ ଜଣ ଚିକିତ୍ସାଧୀନ ରହିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

ବୌଦ୍ଧରେ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚି ଯାଇଛି। ଏମାନେ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି।

ବାଲେଶ୍ୱର ଜିଲ୍ଲାରେ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୫ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟ ଜିଲ୍ଲାଗୁଡ଼ିକର ସ୍ଥିତି ବିଷୟରେ ଜାଣି ନିଅନ୍ତୁ
ଭଦ୍ରକ- ୯୫ (୭୨ଚିକିତ୍ସାଧୀନ, ୨୩ ସୁସ୍ଥ), କେନ୍ଦ୍ରାପଡ଼ା- ୪୦ (୩୨ ଚିକିତ୍ସାଧୀନ, ୮ ସୁସ୍ଥ), ଜଗତସିଂହପୁର- ୨୮ (୨୩ ଚିକିତ୍ସାଧୀନ, ୫ ସୁସ୍ଥ), ସୁନ୍ଦରଗଡ଼- ୨୭ (୧୪- ଚିକିତ୍ସାଧୀନ, ୧୩- ସୁସ୍ଥ), ଅନୁଗୋଳ- ୧୭ (ସମସ୍ତେ ଚିକିତ୍ସାଧୀନ), ମୟୂରଭଞ୍ଜ- ୧୧ (୭-ଚିକିତ୍ସାଧୀନ, ୪-ସୁସ୍ଥ), ନୟାଗଡ଼- ୧୦ (୯-ଚିକିତ୍ସାଧୀନ, ୧- ସୁସ୍ଥ), କେନ୍ଦୁଝର- ୮ (୬-ଚିକିତ୍ସାଧୀନ, ୨-ସୁସ୍ଥ), ବଲାଙ୍ଗିର-୬ (୪-ଚିକିତ୍ସାଧୀନ, ୨-ସୁସ୍ଥ), କନ୍ଧମାଳ- ୩ (ସମସ୍ତେ ଚିକିତ୍ସାଧୀନ), ସମ୍ବଲପୁର- ୩ (ସମସ୍ତେ ଚିକିତ୍ସାଧୀନ), ଦେବଗଡ଼- ୨ (ଜଣେ ଚିକିତ୍ସାଧୀନ, ଜଣେ ସୁସ୍ଥ), ଢେଙ୍କାନାଳ- ୨ (ଜଣେ ଚିକିତ୍ସାଧୀନ, ଜଣେ ସୁସ୍ଥ), ଝାରସୁଗୁଡ଼ା-୨ (ସୁସ୍ଥ), କଳାହାଣ୍ଡି- ୨ (ସୁସ୍ଥ), ମାଲକାନଗିରି- ୨ (ଉଭୟ ଚିକିତ୍ସାଧୀନ), କୋରାପୁଟ- ୧ (ସୁସ୍ଥ)।



from Odisha Reporter https://ift.tt/2zPprQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages