ମୁମ୍ବାଇ ପୁଲିସ୍‌କୁ ୧ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ ବୋତଲ ଦାନ କଲେ ସଲ୍‌ମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ମୁମ୍ବାଇ ପୁଲିସ୍‌କୁ ୧ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ ବୋତଲ ଦାନ କଲେ ସଲ୍‌ମାନ୍

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏଥିମଧ୍ୟରେ ସୁପରଷ୍ଟାର ସଲ୍‌ମାନ୍ ଖାନ ମଧ୍ୟ ସାମିଲ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ଲଗାତାର ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି। ସେ ମୁମ୍ବାଇ ପୁଲିସ୍‌କୁ ୧ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ ଦାନ କରିଛନ୍ତି। ଏଭଳି ମହତ କାର୍ଯ୍ୟ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କୁ ପ୍ରଶଂସା କରିଛନ୍ତି।

ସଲ୍‌ମାନ୍‌ ଖାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଆମ ମୁମ୍ବାଇ ପୁଲିସକୁ ଏକ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ ଯୋଗାଇ ଦେଇଥିବାରୁ ସଲ୍‌ମାନ୍ ଖାନଙ୍କୁ ଧନ୍ୟବାଦ”। ସିଏମ୍‌ଙ୍କ ଏହି ଟ୍ୱିଟ୍‌ରେ ସଲ୍‌ମାନ୍ ମଧ୍ୟ ଜବାବ ଦେଇ ଏକ ଧନ୍ୟବାଦ ନୋଟ୍ ଲେଖିଛନ୍ତି।

ସୂଚନାଯୋଗ୍ୟ, ସଲ୍‌ମାନ୍ ଦେଶର ଏଭଳି କଠିନ ପରିସ୍ଥିତିରେ ଅସୁବିଧାରେ ଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବା ପ୍ରଥମ ଘଟଣା ନୁହେଁ। ସେ କ୍ରମାଗତ ଭାବରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି। ଲକ୍‌ଡାଉନ୍‌ରେ ତାଙ୍କ ଖାଦ୍ୟ ଟ୍ରକ୍ ‘ବିଙ୍ଗ୍ ହଙ୍ଗ୍‌ରି’ କ୍ରମାଗତ ଭାବରେ ମୁମ୍ବାଇର ଅଭାବୀ ଲୋକଙ୍କୁ ରାସନ ବଣ୍ଟନ କରୁଛି। ଏଥି ସହିତ ସେ ଇଦ୍ ସମୟରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ପଠାଇଥିଲେ। ଏହା ପୂର୍ବରୁ ସେ ୨୫ ହଜାର ଶ୍ରମିକଙ୍କ ଦାୟିତ୍ୱ ନେଇଥିଲେ ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିର ଜୁନିୟର ଆର୍ଟିଷ୍ଟମାନଙ୍କ ଆକାଉଣ୍ଟରେ ଟଙ୍କା ମଧ୍ୟ ଜମା କରିଥିଲେ।



from Odisha Reporter https://ift.tt/3expP5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages