ଆତଙ୍କୀ ରିୟାଜ ନାଇକୋ ପାଖରେ କେମିତି ପହଞ୍ଚିଥିଲେ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ଆତଙ୍କୀ ରିୟାଜ ନାଇକୋ ପାଖରେ କେମିତି ପହଞ୍ଚିଥିଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋକୁ ଶେଷରେ ବୁଧବାର ସୁରକ୍ଷାକର୍ମୀମାନେ ଗୁଳି କରି ନିପାତ କରିଛନ୍ତି। ଦୀର୍ଘ ଦିନରୁ ରିୟାଜକୁ ସୁରକ୍ଷାକର୍ମୀ ଖୋଜୁଥିଲେ ହେଁ ତା’ ପାଖରେ ପହଞ୍ଚି ପାରି ନଥିଲେ। କିନ୍ତୁ ହଠାତ୍‌ ସୁରକ୍ଷାକର୍ମୀମାନେ କେମିତି ରିୟାଜ ପାଖରେ ପହଞ୍ଚିଲେ, ତା’କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଜମ୍ମୁ-କଶ୍ମୀରରେ ରିୟାଜର ବିଦ୍ରୋହୀ ଗୋଷ୍ଠୀ ହିଁ ସୁରକ୍ଷାକର୍ମୀଙ୍କୁ ତା’ର ଠିକଣା ସମ୍ପର୍କରେ ସୂଚନା ଦେଇଥିବା କୁହାଯାଉଛି। ରେଜିଷ୍ଟାନ୍ସ ଫ୍ରଣ୍ଟ ନାମକ ଆତଙ୍କୀ ସଂଗଠନ ଓ ରିୟାଜ ଗୋଷ୍ଠୀ ମଧ୍ୟରେ କଶ୍ମୀରରେ ହୁକୁମାତିକୁ ନେଇ ବିବାଦ ଲାଗି ରହିଥିଲା।

ରିୟାଜକୁ ଖତମ କରିବାକୁ ତା’ ବିଦ୍ରୋହୀ ଗୋଷ୍ଠୀ ଯୋଜନା କରିଥିଲେ। ରିୟାଜ ପରିବାର ଲୋକଙ୍କୁ ଭେଟିବାକୁ ଆସୁଥିବା ଖବର ପ୍ରଥମେ ତା’ର ବିଦ୍ରୋହୀ ଗୋଷ୍ଠୀ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଏହି ଖବରକୁ ସୁରକ୍ଷାକର୍ମୀଙ୍କୁ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରି ଅପରେସନ ନାଇକୋ ଆରମ୍ଭ ହୋଇଥିଲା। ଦୀର୍ଘ ସମୟର ଗୁଳିବିନିୟମରେ ନାଇକୋ ନିହତ ହୋଇଛି।

ଦୀର୍ଘ ୮ ବର୍ଷ ଧରି ନାଇକୋ ସୁରକ୍ଷାକର୍ମୀଙ୍କ ହିଟଲିଷ୍ଟରେ ରହିଥିଲା। ହେଲେ ତା’କୁ ଧରିବାରେ ଏଯାଏ ସଫଳତା ମିଳି ନଥିଲା।



from Odisha Reporter https://ift.tt/2Wa2G2d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages