ନୂଆ ୨୦ ଆକ୍ରାନ୍ତ ସୁରତ ଫେରନ୍ତା, ବଢ଼ାଇଲେଣି ଚିନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ନୂଆ ୨୦ ଆକ୍ରାନ୍ତ ସୁରତ ଫେରନ୍ତା, ବଢ଼ାଇଲେଣି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି ସୁରତ ଫେରନ୍ତା।  ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର୍‌ କରି ୨୦୫ ଛୁଇଁଛି।

ନୂଆ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ କେବଳ ଗଞ୍ଜାମ ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟା ମହିଳା ହୋଇଥିବା ବେଳେ ଅବଶିଷ୍ଟ ୧୬ ଜଣ ପୁରୁଷଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ବୋଲି ସ୍ପଷ୍ଟ କରିଛନ୍ତି ସରକାର।  ଗଞ୍ଜାମକୁ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ସୁରତରୁ ଫେରୁଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ସେହିପରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ପାଦ ଥାପିଛି କରୋନା।  ଏହି ଜିଲ୍ଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ପୁରୁଷ ଓ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ବୋଲି ଜଣାଯାଇଛି। ଏହି ୩ ଆକ୍ରାନ୍ତ ମଧ୍ୟ ସୁରତରୁ ଫେରିଥିବା ଜଣାଯାଇଛି।

ପୂର୍ବରୁ ନିଜାମୁଦ୍ଦିନ ଓ ପରେ କୋଲକତାରୁ ଆସୁଥିବା ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ସୁରତ ଫେରନ୍ତା ପାଲଟିଛନ୍ତି ମୁଣ୍ଡ ବିନ୍ଧାର କାରଣ।  କୋଲକତାରୁ ଫେରିଥିବା ବ୍ୟକ୍ତିଙ୍କ ସମେତ ସେମାନଙ୍କ ସଂସ୍ପର୍ଶରେ ଆସି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାର୍‌ କରି ସାରିଥିବା ବେଳେ ବାଲେଶ୍ୱର, ଭଦ୍ରକରେ ମଧ୍ୟ ଏହା ବଢ଼ି ଚାଲିଛି। ଆହୁରି ବହୁ ପ୍ରବାସୀ ସୁରତରୁ ଫେରିବାକୁ ଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବା ଆଶଙ୍କାକୁ ଟାଳିବା ସମ୍ଭବପର ହେବ ନାହିଁ।

ସୁରତ ଫେରନ୍ତା  ବିଭିନ୍ନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରୁଥିବାର ଘଟଣା ସାମନାକୁ ଆସୁଥିବା ବେଳେ ତାହା ଚିନ୍ତାର କାରଣ ପାଲଟିଛି। ସେମାନଙ୍କ ବ୍ୟତୀତ ଆହୁରି ବହୁ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ସେମାନଙ୍କୁ ସରକାର କିପରି ନିୟନ୍ତ୍ରଣ କରି ସଙ୍ଗରୋଧରେ ରଖୁଛନ୍ତି  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 



from Odisha Reporter https://ift.tt/35F4F1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages