ଜୁନ ୧ ଯାଏ ଲକଡାଉନ ବଢ଼ାଇଲା ଏହି ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଜୁନ ୧ ଯାଏ ଲକଡାଉନ ବଢ଼ାଇଲା ଏହି ଦେଶ

ଇଂଲଣ୍ଡ: ମହାମାରୀ କରୋନା ଭାଇରସ ବ୍ରିଟେନରେ ଭୟଙ୍କର କ୍ଷତି କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧିକୁ ଜୁନ ୧ ଯାଏ ବୃଦ୍ଧି କରିଛନ୍ତି। ସେହିପରି ଜୁଲାଇ ୧ ପରେ ପର୍ଯ୍ୟାୟକ୍ରମେ ସର୍ବସାଧାରଣ ସ୍ଥାନଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ସେ ଘୋଷଣା କରିଛନ୍ତି।

ଦୀର୍ଘ ୭ ସପ୍ତାହ ତଳେ କରୋନା ପାଇଁ ଦେଶରେ ଲକଡାଉନ ଜାରି ହୋଇଥିଲା। ସେବେଠାରୁ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ କିଛି ଠପ ହୋଇଯାଇଛି। ଦେଶର ଅର୍ଥନୀତିକୁ ପୁଣିଥରେ ଟ୍ରାକୁ ଫେରାଇବା ପାଇଁ ଜୁନ ୧ ପରେ ଲକଡାଉନ ବ୍ୟବସ୍ଥାକୁ କୋହଳ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି, “ବର୍ତ୍ତମାନର ସ୍ଥିତି ଯାହା ଚଳିତ ସପ୍ତାହରେ ଲକଡାଉନ ଉଚ୍ଛେଦ କରିବା ଠିକ ନୁହେଁ। ତେବେ ଜୁନ ୧ ପରେ କିଛି ପ୍ରାଥମିକ ସ୍କୁଲ ଓ ଦୋକାନ ଗୁଡ଼ିକୁ ଖୋଲାଯିବ।

ଜୁନ ୧ ପରେ କଟକଣା କୋହଳ କରାଯିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଜୁଲାଇ ୧ ଯାଏ ସର୍ବସାଧାରଣ ସ୍ଥାନଗୁଡ଼ିକ ଖୋଲିବ ନାହିଁ। ଜୁଲାଇ ୧ ପରେ ସ୍ଥିତିକୁ ଦେଖି ସର୍ବସାଧାରଣ ସ୍ଥାନ ଖୋଲିବ।ସେହିପରି ଜୁଲାଇ ପରେ ଦେଶକୁ ଆସିବାକୁ ଥିବା ବିଦେଶୀ ନାଗରିକଙ୍କ ପାଇଁ କ୍ୟାରେଣ୍ଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ। ”

ବ୍ରିଟେନରେ କରୋନା ଯୋଗୁ ୨,୧୯, ୧୮୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧,୮୫୫ ଜଣ ପ୍ରାଣ ହରାଇଛନ୍ତି। ଆମେରିକା ପରେ ବ୍ରିଟେନ ବିଶ୍ୱର ଦ୍ୱିତୀୟ କରୋନା କ୍ଷତିଗ୍ରସ୍ତ ରାଷ୍ଟ୍ର। ଖୋଦ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବି କରୋନାରେ ଆକ୍ରାନ୍ତ ହୋଇ ବେଶ କିଛିଦିନ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।



from Odisha Reporter https://ift.tt/3fBWsQC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages