ବିଜେପି କରିବ ଭର୍ଚୁଆଲ ରାଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ବିଜେପି କରିବ ଭର୍ଚୁଆଲ ରାଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ପାଳିର ୧ ବର୍ଷ ପୂର୍ତ୍ତି ପାଳନ କରିବ ରାଜ୍ୟ ବିଜେପି । ମୋଦିଙ୍କ ଏ ଅବଦାନକୁ ଡିଜିଟାଲ୍ ପ୍ଲାଟଫର୍ମରେ ଲୋକଙ୍କ ପାଖରେ ପହଞ୍ଚାଯିବ । ଭର୍ଚୁଆଲ ରାଲି ମାଧ୍ୟମରେ ଦେଶର ୧୦ କୋଟି ଲୋକଙ୍କୁ ଏହି ପ୍ରଚାର କାର୍ଯ୍ୟକ୍ରମରେ ଯୋଡ଼ିଯିବ ।  ସେହିପରି ଭର୍ଚୁଆଲ ରାଲି, ମିଟିଙ୍ଗ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ବର୍ଷକ ଭିତରେ ଓଡ଼ିଶା ପ୍ରତି ମୋଦିଙ୍କର ବହୁତ ଅବଦାନ ରହିଛି। ଓଡ଼ିଶାର ବିଭିନ୍ନ ବିପର୍ଯ୍ୟୟ ତଥା ଅସୁବିଧା ସମୟରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମୋଦି ପାଖେ ପାଖେ ଠିଆ ହୋଇଛନ୍ତି। ବାତ୍ୟା ଓ କରୋନା ସମୟରେ ପ୍ରଧାନମନ୍ତ୍ରୀ ତୁରନ୍ତ ସହଯୋଗର ହାତ ବଢ଼ାଇଛନ୍ତି ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସାଧାରଣ ଲୋକଙ୍କ ପାଖରେ ସହାୟତା ରାଶି ଓ ସାମଗ୍ରୀ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ପୂରା ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ର ସରକାର । ବାତ୍ୟାର ଦିନକ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବାତ୍ୟା ସ୍ଥିତିର ସମୀକ୍ଷା କରିଥିଲେ। ସେହିପରି ଯିବାର ୨୪ ଘଣ୍ଟା ନ ପୁରୂଣୁ ୫୦୦ କୋଟିର ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।

ଏହାବ୍ୟତୀତ ସେ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ର ସରକାର ପ୍ରଣୟନ କରିଥିବା ବହୁ ଗରୀବ କଲ୍ୟାଣ ଯୋଜନାର ଲାଭ ଶ୍ରମିକଙ୍କ ନିକଟରେ ପହଞ୍ଚିଛି। ୨୦ ଲକ୍ଷ କୋଟିର ଯୋଜନା ମଧ୍ୟ ପ୍ରବାସୀ ଶ୍ରମିକଙ୍କ ନିକଟରେ ହିଁ ପହଞ୍ଚିବ। ଏହାବ୍ୟତୀତ କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କ୍ୱାରେଣ୍ଟାଇନ୍‌ ସେଣ୍ଟରଗୁଡ଼ିକ କେନ୍ଦ୍ର ଅର୍ଥରେ ଚାଲିଥିବାବେଳେ ରାଜ୍ୟ ସରକାର କେବଳ ପରିଚାଳନା କରୁଛନ୍ତି।

କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଯେଉଁ ଗୁରୁତ୍ୱ ଦେଇଛନ୍ତି, ସହାୟତାର ହାତ ବଢ଼ାଇଛନ୍ତି ତାହା ଲୋକଙ୍କ ନିକଟରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପହଞ୍ଚାଇବା ନିମନ୍ତେ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିନିମନ୍ତେ ଭର୍ଚୁଆଲ ରାଲି ଓ ମିଟିଂକୁ ଗୁରୁତ୍ୱ ଦିଆଯାଇଛି। କରୋନା ସଂକ୍ରମଣ ରୋକିବାକୁ ପ୍ରଣୟନ ହୋଇଥିବା ଗାଇଡଲାଇନ୍‌ ଅନୁଯାୟୀ, ସବୁ ପଦକ୍ଷେପ ନିଆଯିବ। କୌଣସି ସ୍ଥାନରେ ଗହଳି କରାଯିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ପୃଥୀରାଜ ଚୌହାନ।



from Odisha Reporter https://ift.tt/2X2IFv6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages