ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ସାନଗୋପାଳ ସାହିରେ ଦେଶୀ ମଦ ପିଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭଗବାନ ବେହେରା।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଭଗବାନ ଦେଶୀ ମଦ ପିଇଥିଲେ। ଏହାପରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଅଚେତ ହୋଇ ପଡ଼ିଥିଲେ। ସେ ଘରକୁ ଆସିବାରେ ବିଳମ୍ୱ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଗାଁ ନିକଟସ୍ଥ ଯେଉଁ ସ୍ଥାନରେ ଦେଶୀ ମଦ ବିକ୍ରି ହୁଏ ସେ ନିକଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସାବରଙ୍ଗ ମେଡିକାଲ୍କୁ ନେଇଥିଲେ। ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ବିଳମ୍ୱିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣା ନେଇ ଭଗବାନଙ୍କ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/3egCSYH
No comments:
Post a Comment