ଆଳି( ବନମାଳି ସାହୁ ): କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ନିଜ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ସରକାର ସେମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
ଏସବୁ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଆଉ ପାଦେ ଆଗକୁ ଯାଇଛନ୍ତି ଜଣେ ସରପଞ୍ଚ । ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବାରୁଣା ପଂଚାୟତର ସରପଞ୍ଚ ଉତ୍ତମ କୁମାର ସେନାପତି । ସେ କାନ୍ଧରେ ହ୍ୟାଣ୍ଡ ସ୍ପ୍ରେ ଧରି ଉଦୁଉଦିଆ ଖରାରେ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ସାନିଟାଇଜ କରୁଛନ୍ତି । ସରପଞ୍ଚଙ୍କ ଏଭଳି କାମ ଦେଖି ପଞ୍ଚାୟତର କେତେକ ସ୍ୱେଚ୍ଛାସେବୀ ମଧ୍ୟ ତାଙ୍କ ସହ ସାମିଲ ହୋଇ ପଞ୍ଚାୟତକୁ ସାନିଟାଇଜ କରୁଛନ୍ତି।
ସରପଞ୍ଚ ଉତ୍ତମ କୁମାର ସେନାପତି କହିଛନ୍ତି, ପଞ୍ଚାୟତ ସାନିଟାଇଜ କରିବା ନିମନ୍ତେ ବହୁ ଲୋକଙ୍କୁ ଅନୁରୋଧ କରିବା ସତ୍ତ୍ୱେ କେହି ଶୁଣି ନ ଥିଲେ। ସଚେତନତା ଅଭାବରୁ ସମସ୍ତେ ମନା କଲେ। ଶେଷରେ ନିଜେ ଏହାକୁ କରିବାକୁ ସ୍ଥିର କଲି। ତେଣୁ ନିଜେ ଗାଁକୁ ଗାଁ ବୁଲି ସାନିଟାଇଜ କରିବା ସହ ଲୋକଙ୍କୁ ଲକ୍ଡାଉନ୍ ନିୟମ କଡ଼ାକଡ଼ି ଭାବେ ପାଳନ ସହ ମାସ୍କ ପିନ୍ଧିବାକୁ ସଚେତନ କରାଇଛି। ପର୍ଯ୍ୟାୟକ୍ରମେ ପଞ୍ଚାୟତର ସବୁ ଗାଁକୁ ସାନିଟାଇଜ କରିବାକୁ ଲକ୍ଷ ରଖିଥିବା ସେ କହିଛନ୍ତି ।
from Odisha Reporter https://ift.tt/3fxaVwZ
No comments:
Post a Comment