ସୀମାରେ ଉତ୍ପାତ୍ତ କରୁଛି ଚାଇନା, ଭାରତ ଆଣିଲା ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ସୀମାରେ ଉତ୍ପାତ୍ତ କରୁଛି ଚାଇନା, ଭାରତ ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ନେପାଳକୁ ଭାରତ ବିରୋଧରେ ଉସକାଉଥିବା ଚାଇନା ଏବେ ସୀମାରେ ଉତ୍ପାତ୍ତ ଆରମ୍ଭ କରିଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତୀୟ ସୁରକ୍ଷାକର୍ମୀଙ୍କ ପ୍ୟାଟ୍ରୋଲିଂରେ ଚାଇନା ସେନା ବାଧା ଉପୁଜାଉଛନ୍ତି। ଭାରତ ଶାନ୍ତି ପାଇଁ ବାରମ୍ବାର ଉଦ୍ୟମ କରୁଥିବା ବେଳେ ଚାଇନା ସୀମା ଲଙ୍ଘିବାକୁ ଚେଷ୍ଟା କରୁଛି।

ଚାଇନାର ଏଭଳି ଦାୟିତ୍ୱହୀନ ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସୁରକ୍ଷାକର୍ମୀ ଏଲଏସି ଅତିକ୍ରମ କରିନାହାନ୍ତି। ଯାହା ବି କାର୍ଯ୍ୟକ୍ରମ ହେଉଛି, ସେଗୁଡ଼ିକ ଭାରତୀୟ ସୀମାରେ କରାଯାଉଛି। ଭାରତୀୟ ସୁରକ୍ଷାକର୍ମୀ କୌଣସି ବି ପରିସ୍ଥିତିରେ ୱେଷ୍ଟର୍ଣ୍ଣ ସେକ୍ଟର କିମ୍ବା ସିକ୍କିମ ସୀମା ଉଲ୍ଲଙ୍ଘନ କରୁନାହାନ୍ତି।

ଭାରତ-ଚାଇନା ସୀମାରେ ପୂର୍ବଭଳି ଭାରତୀୟ ସୁରକ୍ଷାକର୍ମୀ ନିୟମ ଅନୁସାରେ କାର୍ଯ୍ୟ କରୁଛନ୍ତି। ତଥାପି ଚାଇନା ପକ୍ଷରୁ ଅନେକ ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟ କରାଯାଉଛି। ଏଥିସହ ଭାରତୀୟ ସୁରକ୍ଷାକର୍ମୀ ସୀମାରେ କରୁଥିବା ପ୍ୟାଟ୍ରୋଲିଂରେ ବି ଚାଇନା ସେନା ବାଧା ସୃଷ୍ଟି କରୁଛନ୍ତି। ଭାରତ ସର୍ବଦା ସୀମା ମ୍ୟାନେଜମେଣ୍ଟ ପାଇଁ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଏଥିସହ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ରହିଛି।

କିଛି ଦିନ ହେବ ଲଦାଖ ସୀମାରେ ଭାରତ-ଚାଇନା ମୁହାଁମୁହିଁ ହୋଇଛନ୍ତି। ଲଦାଖ ସୀମାରେ ଚାଇନା ଯୁଦ୍ଧ ହେଲିକପ୍ଟର ଉଡ଼ାଇବା ସହ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବିରୋଧ କରିଥିଲା। ଏହାକୁ ନେଇ ଦୁଇ ଦେଶର ସେନାଙ୍କ ମଧ୍ୟରେ ମାରପିଟି ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନମାନେ ଆହତ ହୋଇଥିଲେ।

ଏହି ଘଟଣା ପରେ ଚାଇନା ପକ୍ଷରୁ ସୀମାରେ ଘନଘନ ଯୁଦ୍ଧ ବିମାନ ଉଡ଼ା ଯାଇଥିଲା। ଭାରତ ମଧ୍ୟ ଏହାର ମୁକାବିଲା ପାଇଁ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିଲା। କେବଳ ଲଦାଖ ନୁହେଁ ଉତ୍ତର ସିକ୍କିମରେ ବି ଚାଇନ ସେନା ଭାରତୀୟ ସୁରକ୍ଷାକର୍ମୀଙ୍କୁ ବିରୋଧ କରିଥିଲେ। ଏହିସବୁ ଘଟଣା ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।



from Odisha Reporter https://ift.tt/3cUL6FA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages