ଇସଲାମାବାଦ: କରୋନା ମହାମାରୀରେ ବେହାଲ ହୋଇଛି ପାକିସ୍ତାନର ଅର୍ଥନୀତି। ପୂର୍ବରୁ ଆର୍ଥିକ ସଂକଟରେ ଥିବା ପାକିସ୍ତାନ ଲକଡାଉନ୍ ପାଇଁ ଆହୁରି ଆର୍ଥିକ ସମସ୍ୟାରେ ପଡ଼ିଛି। ଏ ନେଇ ଜନତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଇମ୍ରାନ୍ ଖାନ୍ ସରକାର। ଏହାରି ଭିତରେ ପାକିସ୍ତାନ ସରକାର ପେଟ୍ରୋଲ ୧୫ ଟଙ୍କା ଏବଂ ଡିଜେଲ୍ ୨୭ ଟଙ୍କା କମାଇଛନ୍ତି। ପେଟ୍ରୋଲ ଓ ଡିଜେଲରୁ ମୁଖ୍ୟତଃ ପାକିସ୍ତାନ ରାଜକୋଷ ବୃଦ୍ଧି କରେ। ହେଲେ ଏବେ ପାକିସ୍ତାନ ଆର୍ଥିକ ସଂକଟରେ ଥିବାବେଳେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଯାଇ ଇମ୍ରାନ୍ ସରକାର ଏଭଳି ଆଖି ଦୃଶିଆ ଦାମ୍ କମାଇଛନ୍ତି ବୋଲି କୁହାଯାଉଛି।
ତେଲ ଦର କମିବା ପରେ ପାକିସ୍ତାନରେ ପେଟ୍ରୋଲ ଦାମ ୬୫ ଟଙ୍କା ଡିଜେଲ ଦାମ ୮୦ ଟଙ୍କା ରହିଥିବା ସୂଚନା ରହିଛି। କରୋନା ମହାମାରୀ ପାଇଁ ଅଶୋଧିତ ତେଲର ଦାମ ବହୁତ କମିଛି। ଏହାପରେ ବି ଇମ୍ରାନ୍ ସରକାର ଦାମ କମାଇନଥିଲେ। ହେଲେ ଏବେ ହଠାତ୍ ପେଟ୍ରୋଲ ଓ ଡିଜେଲର ଦାମ କମାଇଛନ୍ତି।
ନିକଟରେ ଇମ୍ରାନ୍ ଖାନ୍ ଦେଶର ଋଣ ଛାଡ଼ କରିବାକୁ ଆଇଏମଏଫକୁ ଅନୁରୋଧ କରିଥିଲେ। ଏମିତିକି କରୋନା ପାଇଁ ଅନେକ ଦେଶ ବିଭିନ୍ନ ଆର୍ଥିକ ସହାୟତା ପାଉଥିବା ବେଳେ ପାକିସ୍ତାନ ଗୋଟିଏ ଟଙ୍କା ପାଉନଥିବା ଇମ୍ରାନ୍ କହିଥିଲେ।
from Odisha Reporter https://ift.tt/3djy6Jq
No comments:
Post a Comment