ଦେଶର ମୃତ୍ୟୁସଂଖ୍ୟା ୨ ହଜାର ମୁହାଁ, ପୁଣି ୩୩୨୦ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଦେଶର ମୃତ୍ୟୁସଂଖ୍ୟା ୨ ହଜାର ମୁହାଁ, ପୁଣି ୩୩୨୦ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ବଢ଼ିବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି ଭାଇରସ ପୁଣିଥରେ ୯୫ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୮୧ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରର ନିକଟବର୍ତ୍ତୀ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,୧୭ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୩୩୨୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧୭,୮୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୯୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ ବିଭିନ୍ନ ହସ୍ପିଟାଲରେ ୩୯,୮୩୪ ଜଣ ଚିକିତ୍ସିତ ହେଉଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୧୦୮୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୩୧ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ୧୯,୦୬୩ ଛୁଇଁଛି।

ଏମାନଙ୍କ ମଧ୍ୟରୁ କେବଳ ମୁମ୍ବାଇରେ ୧୨,୧୪୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ କରୋନା ୪୬୨ ଜଣଙ୍କ ମୁଣ୍ଡ ନେଇସାରିଲାଣି। ଗତ ୨୪ ଘଣ୍ଟାରେ ଏଠାରେ ୭୪୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାରାଷ୍ଟ୍ରରେ ମୋଟ ୩୪୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କ୍ଷତିଗ୍ରସ୍ତ ତାଲିକାରେ ଦ୍ୱିତୀୟ ସ୍ଥାନରେ ଗୁଜରାଟ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ଗୁଜରାଟରେ ୭୪୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୪୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧୮ ଓ ମୃତ୍ୟୁସଂଖ୍ୟା ୬୮।

ତାମିଲନାଡୁରେ ମଧ୍ୟ କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଠାରେ ୬୦୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୦୫ ଜଣ ସୁସ୍ଥ ହୋଇଛନ୍ତି ଓ ୪୦ ଜଣ ପ୍ରାଣ ହରାଇଛନ୍ତି।

ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୧୬୦, ଉତ୍ତର ପ୍ରଦେଶରେ ୬୬, ଉତ୍ତରାଖଣ୍ଡରେ ୧, ତେଲେଙ୍ଗାନାରେ ୨୯, ରାଜସ୍ଥାନରେ ୧୦୧, ପଞ୍ଜାବରେ ୨୯, ଓଡ଼ିଶାରେ ୨,ମେଘାଳୟରେ ୧, ମଧ୍ୟପ୍ରଦେଶରେ ୨୦୦, କେରଳରେ ୪, କର୍ଣ୍ଣାଟକାରେ ୩୦, ଝାରଖଣ୍ଡରେ ୩, ଜମ୍ମୁ-କଶ୍ମୀରରେ ୯, ହିମାଚଳ ପ୍ରଦେଶରେ ୨, ଚଣ୍ଡିଗଡ଼ରେ ୧, ବିହାରରେ ୫, ଆସାମରେ ୧ ଓ ଆନ୍ଧ୍ର ପ୍ରଦେଶରେ ୪୧ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/35H9d7Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages