ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଢୁଙ୍କାପଡ଼ା ପଞ୍ଚାୟତର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ସୁରତ୍ ଫେରନ୍ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରଫୁଲ୍ଲ କୁମାର ବେହେରା (୪୦) । ତାଙ୍କ ଘର ପୋଲସରା ବ୍ଲକ ମଧୁପଲ୍ଲୀ ଗାଁରେ।
ସୂଚନାଅନୁସାରେ, ମେ’୬ ତାରିଖରେ ପ୍ରଫୁଲ୍ଲ ସୁରତରୁ ବସ୍ରେ ଆସି ପୋଲସରା ବ୍ଲକ ସ୍ଥିତ ଢୁଙ୍କାପଡା ପଞ୍ଚାୟତର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। ହେଲେ ସେ ସୁରତରୁ ଆସିବା ସମୟରେ ହିଁ ଅସୁସ୍ଥ ଥିଲେ। ଏନେଇ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ଅନ୍ତେବାସୀ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ତାଙ୍କୁ କୌଣସି ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି।
ଗତକାଲି ପ୍ରଫୁଲ୍ଲଙ୍କୁ ଜ୍ୱର ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍, ତହସିଲଦାର ଓ ବିଡିଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମଡ଼ ମେଡିକାଲକୁ ପଠାଯାଇଛି।
ମୃତ ପ୍ରଫୁଲ୍ଲଙ୍କ ସ୍ତ୍ରୀ କହିଛନ୍ତି,” ସରକାର ଆମକୁ ସାହାଯ୍ୟ କରନ୍ତୁ। ନ ହେଲେ ଆମେ ବଞ୍ଚିବୁ କେମିତି।”
from Odisha Reporter https://ift.tt/2SQBC6d
No comments:
Post a Comment