ଆବଶ୍ୟକ ସାମଗ୍ରୀ: ପାଣିରେ ଭିଜା ହୋଇରହିଥିବା ମସୁର ଡାଲି, ସିଝା ଆଳୁ, ବ୍ରେଡ୍ କ୍ରମ୍ସ, କଟା ଧନିଆପତ୍ର, କଟା ଅଦା, କଟା କଞ୍ଚାଲଙ୍କା, ଧନିଆ ପାଉଡର, ଗରମ ମସଲା, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଭିଜା ମସୁର ଡାଲି, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, କଟା ଅଦା, କଟା ଧନିଆ ପତ୍ର, ଧନିଆ ପାଉଡର, ହେଙ୍ଗୁ ଓ କଟା କଞ୍ଚା ଲଙ୍କାକୁ ନେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ମନ ପସନ୍ଦର ଆକୃତି ଦେଇ ବ୍ରେଡ୍ କ୍ରମ ଲଗାଇ ରଖିଦିଅନ୍ତୁ।
ଏବେ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଛାଣିଦିଅନ୍ତୁ। ହାଲକା ଲାଲ୍ ହୋଇଗଲେ ସେଗୁଡ଼ିକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମସୁର ଡାଲି କଟ୍ଲେଟ୍’। ଏହାକୁ ପୋଦିନା ଚଟଣୀ କିମ୍ବା ଟମାଟୋ ଓ ଚିଲି ସସ୍ ସହିତ ପରଷନ୍ତୁ।
from Odisha Reporter https://ift.tt/3cpveuk
No comments:
Post a Comment