ଗୋଟିଏ ଦିନରେ ୪ ହଜାରରୁ ଅଧିକ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୨୨୦୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଗୋଟିଏ ଦିନରେ ୪ ହଜାରରୁ ଅଧିକ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୨୨୦୬

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପ୍ରଥମଥର ପାଇଁ ଦେଶରେ ଗୋଟିଏ ଦିନରେ ୪ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨୧୩ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ମୃତ୍ୟୁସଂଖ୍ୟା ୨୨୦୬ରେ ପହଞ୍ଚି ଯାଇଛି। ଅର୍ଥାତ ଗୋଟିଏ ଦିନରେ କରୋନା ଦେଶରେ ୯୭ ଜଣଙ୍କ ମୁଣ୍ଡ ନେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ଗୋଟିଏ ଦିନରେ ୪ ହଜାରରୁ ଅଧିକ କରୋନା ମାମଲା ରେକର୍ଡ ହେବା ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୧ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୨୨୦୬ ଜଣ ପ୍ରାଣ ହରାଇଥିବା ବେଳେ ୪୪,୦୨୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୨୪ ଘଣ୍ଟାରେ ୧୫୫୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨୦,୯୧୭ରେ ପହଞ୍ଚି ଯାଇଛି।

କରୋନା ଯୋଗୁ ମହାରାଷ୍ଟ୍ରରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୧୨୭୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମହାରାଷ୍ଟ୍ରରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୧୭୧ ଓ ମୃତ୍ୟୁସଂଖ୍ୟା ୮୩୨ରେ ପହଞ୍ଚି ଯାଇଛି। ମହାରାଷ୍ଟ୍ରରରେ ଏଯାଏ ୪,୧୯୯ ଜଣ ସୁସ୍ଥ ହୋଇଛନ୍ତି।

ଗୁଜରାଟ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୮,୧୯୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୯୩ ଜଣ ପ୍ରାଣ ହରାଇଛନ୍ତି। ତୃତୀୟ ସ୍ଥାନରେ ପୂର୍ବରୁ ଦିଲ୍ଲୀ ଥିବା ବେଳେ ଏବେ ତାମିଲନାଡୁ ଏହାକୁ ଅତିକ୍ରମ କରିଯାଇଛି।

ତାମିଲନାଡୁରେ ୭୨୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୯୨୩ ଜଣ ସଂକ୍ରମଣ ହୋଇଛନ୍ତି। ଏହି ଦୁଇ ରାଜ୍ୟରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୪୭ ଓ ୭୩ ରହିଛି।

ଏହାବାଦ୍‌ ପଶ୍ଚିମବଙ୍ଗରେ ୧୮୫, ଉତ୍ତର ପ୍ରଦେଶରେ ୭୪, ତ୍ରିପୁରାରେ ୧, ତଲେଙ୍ଗାନାରେ ୩୦, ରାଜସ୍ଥାନରେ ୧୦୭, ପଞ୍ଜାବରେ ୩୧, ଓଡ଼ିଶାରେ ୩, ମେଘାଳୟରେ ୧, ମଧ୍ୟପ୍ରଦେଶରେ ୨୧୫, କେରଳରେ ୪, କର୍ଣ୍ଣାଟକାରେ ୩୧, ଝାରଖଣ୍ଡରେ ୩, ଜମ୍ମୁ-କଶ୍ମୀରରେ ୯, ହରିଆଣାରେ ୧୦ ଓ ଆନ୍ଧ୍ର ପ୍ରଦେଶରେ ୪୫ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2yzyV29

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages