ଏନକାଉଣ୍ଟର: ୪ ନକ୍ସଲ ନିହତ, ସବ୍‌-ଇନ୍ସପେକ୍ଟର୍‌ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଏନକାଉଣ୍ଟର: ୪ ନକ୍ସଲ ନିହତ, ସବ୍‌-ଇନ୍ସପେକ୍ଟର୍‌ ସହିଦ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିୟମ ହୋଇଛି। ଏଥିରେ ୪ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଏନକାଉଣ୍ଟ ବେଳେ ଛତିଶଗଡ଼ ପୁଲିସ୍‌ର ଜଣେ ସବ୍‌ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ନିହତ ୪ ନକ୍ସଲଙ୍କ ମଧ୍ୟରେ ସିପିଆଇ(ମାଓବାଦୀ) ଡିଭିଜନାଲ କମିଟିର ଜଣେ ସଦସ୍ୟ ରହିଛନ୍ତି। ମୃତ ନକ୍ସଲମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗତକାଲି ରାତି ପ୍ରାୟ ୧୦.୩୦ରେ ସ୍ଥାନୀୟ ପୁଲିସ୍‌ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ମନପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ପାରଧୋନି ଗାଁ ନିକଟ ଜଙ୍ଗଲରେ ଲୁଚି ଥିବା ମାଓବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ରାତି ତମାମ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିୟମ ଚାଲିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ଟଳିପଡ଼ିଥିଲେ।

ସହିଦ ସବ-ଇନ୍ସପେକ୍ଟର

ରାଜନନ୍ଦଗାଓଁର ଏସପି ଜିତେନ୍ଦ୍ର ଶୁକ୍ଳା କହିଛନ୍ତି, “ସ୍ଥାନୀୟ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀମାନେ ପାରଧୋନିକୁ କର୍ଡନ କରୁଥିବା ବେଳେ ମାଓବାଦୀମାନେ ହମଲା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା।

ତେବେ ମାଓବାଦୀଙ୍କ ଗୁଳିମାଡ଼ରେ ସବ୍‌-ଇନ୍ସପେକ୍ଟର ଏସକେ ଶର୍ମା ସହିଦ ହୋଇଛନ୍ତି। ତାଙ୍କ ଦେହରେ ଗୁଳିମାଡ଼ ହୋଇଥିଲା। ସେ ସୁରଗୁଜା ଜିଲ୍ଲାରେ ରହୁଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ସିପିଆଇ(ମାଓବାଦୀ)ର ଡିଭିଜନାଲ କମିଟି ସଦସ୍ୟ ଅଶୋକ ଓ ଆଞ୍ଚଳିକ କମିଟି ସଦସ୍ୟ କ୍ରିଷ୍ଣା ନିହତ ହୋଇଛନ୍ତି।

ଅନ୍ୟ ଦୁଇ ଜଣ ହେଉଛନ୍ତି ମହିଳା କ୍ୟାଡର। ସେମାନଙ୍କ ନାଁ ହେଉଛି ସରିତା ଓ ପ୍ରମିଳା। ଆମେ ସେମାନଙ୍କ ନିକଟରୁ ଏକେ-୪୭ ଆସଲଟ ରାଇଫଲ, ଗୋଟିଏ ଏସଏଲଆର, ୨ଟି ୩୧୫ ବୋର ରାଇଫଲ ଜବତ କରିଛୁ। ଏବେ ବି ପୂରା ଅଞ୍ଚଳର ସର୍ଚ୍ଚ ଅପରେସନ ଜାରି ରହିଛି।”



from Odisha Reporter https://ift.tt/3ciF7Ks

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages