କରୋନା ମାମଲାର ତଦନ୍ତ ପାଇଁ WHO ରାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

କରୋନା ମାମଲାର ତଦନ୍ତ ପାଇଁ WHO ରାଜି

ଜେନେଭା: କରୋନା ଭାଇରସର ନିରପେକ୍ଷ ତଦନ୍ତ ହେବ। ଏଥିପାଇଁ ରାଜି ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଭାରତ ସହିତ ୬୦ରୁ ଅଧିକ ଦେଶ କରୋନା ଭାଇରସର ଉତ୍ପତ୍ତି ନେଇ WHO ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ପୂର୍ବରୁ ତଦନ୍ତ ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଥିବା WHO ଶେଷରେ ସୋମବାର ରାଜି ହୋଇଛି।

ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ହେଲଥ ଆସେମ୍ୱଲିର ୭୩ତମ ବୈଠକ ବସିଥିଲା। ଆଜି ଏହି ବୈଠକ ଶେଷ ହେବ। କରୋନା ସଂକ୍ରମଣ ପାଇଁ ମାତ୍ର ଦୁଇ ଦିନ ରହିଛି ଏହି ବୈଠକ। ଭାରତ ସମେତ ୧୯୪ଟି ଦେଶ ଏହି ବୈଠକରେ ଯୋଗଦେଇଛନ୍ତି। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ବଜେଟ ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ୧୯୪ଟି ଦେଶ ନିଜ ନିଜର ମତ ରଖିବେ।

ନିରପେକ୍ଷ ତଦନ୍ତ ପାଇଁ ଯଦିଓ WHO ରାଜି ହୋଇଛି, ହେଲେ ଚୀନ୍ ତଦନ୍ତ ପାଇଁ ମନା କରି ଦେଇଛି। ହେଲେ କରୋନା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଦେଶକୁ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି କହିଛି। ଦୁଇଟି ପର୍ଯାୟରେ ଏହି ପଇସା ଦେବ ବୋଲି କରୋନା ମହାମାରୀର ପ୍ରମୁଖ ଭିଲେନ୍ କୁହାଯାଉଥିବା ଜିଙ୍ଗପିଙ୍ଗ କହିଛନ୍ତି।

WHOର ମୁଖ୍ୟ ଟେଡ୍ରୋସ ଆଢ଼ାନମ କହିଛନ୍ତି, ବିଭିନ୍ନ ଦେଶର ଦାବିକୁ ନଜରରେ ରଖି ଏକ ନିରପେକ୍ଷ ତଦନ୍ତ ହେବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2XcaTlN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages