ମୁମ୍ବାଇ: କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୫ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ମୁମ୍ବାଇ ସହରରେ ମଦର ହୋମ ଡେଲିଭରୀ କରିବାକୁ ପୌରପାଳିକା ସଂସ୍ଥା ନିଷ୍ପତ୍ତି ନେଇଛି।
ବିଏମସିର ନିଷ୍ପତ୍ତି ଅନୁଯାୟୀ, ଆଜିଠାରୁ ହିଁ ମୁମ୍ବାଇରେ ମଦର ହୋମ ଡେଲିଭରୀ ଆରମ୍ଭ ହେବ। ଲୋକମାନେ ଘରେ ବସି ମଦର ଅର୍ଡର ଦେଇପାରିବେ। କିନ୍ତୁ କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାରର ସେବା ମିଳିପାରିବ ନାହିଁ।
ଗତକାଲି ମହାରାଷ୍ଟ୍ର ସରକାର ଜୋମାଟୋ ଓ ସ୍ୱିଗି ଭଳି ଖାଦ୍ୟ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚାଉଥିବା ସଂସ୍ଥାକୁ ମଦର ହୋମ ଡେଲିଭରୀ କରିବାକୁ ଅନୁମତି ଦେଇଥିଲେ। ହେଲେ ମୁମ୍ବାଇରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ବାରଣ କରାଯାଇଥିଲା। ତେବେ ବିଏମସି ମୁମ୍ବାଇରେ ମଦର ହୋମ ଡେଲିଭରୀ କରିବାକୁ ଦୋକାନୀମାନଙ୍କୁ ଅନୁମତି ଦେଇଛି।
ବିଏମସି କହିଛି ଯେ ଯେଉଁ ସବୁ ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ରହିଛି, ସେଠାରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ କେହି ଆସିପାରିବେ ନାହିଁ କିମ୍ବା କେହି ବି ଏହା ମଧ୍ୟରୁ ବାହାରକୁ ଯାଇ ପାରିବେ ନାହିଁ। କିନ୍ତୁ ନନ୍ କଣ୍ଟେନମେଣ୍ଟ ଜୋନରେ ମଦ ଦୋକାନୀମାନେ ଗ୍ରାହକଙ୍କ ପାଖରେ ହୋମ ଡେଲିଭରୀ ଦ୍ୱାରା ଏହା ପହଞ୍ଚାଇ ପାରିବେ।
ଯେଉଁ ଦୋକାନୀ ଅନୁମତି ପାଇଛନ୍ତି, ସେମାନେ ହିଁ ଏହାର ହୋମ ଡେଲିଭରୀ କରିବେ। ଏହି ଦୋକାନ ଗୁଡ଼ିକର କାଉଣ୍ଟରରେ କୌଣସି ପ୍ରକାରର ମଦ ବିକ୍ରି ହୋଇପାରିବ ନାହିଁ। ଦୋକାନୀମାନେ ଇ-କର୍ମସ ପ୍ଲାଟଫର୍ମ ଦ୍ୱାରା ମଦର ହୋମ ଡେଲିଭରୀ କରିପାରିବେ।
from Odisha Reporter https://ift.tt/2yrGbgh
No comments:
Post a Comment