କରାଚି କଲୋନୀ ବିମାନ ଦୁର୍ଘଟଣା: ଉଦ୍ଧାର ହେଲାଣି ୮୨ ଜଣଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

କରାଚି କଲୋନୀ ବିମାନ ଦୁର୍ଘଟଣା: ଉଦ୍ଧାର ହେଲାଣି ୮୨ ଜଣଙ୍କ ମୃତଦେହ

କରାଚି: ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଶୁକ୍ରବାର ମଧ୍ୟାହ୍ନରେ ହୋଇଥିଲେ ହେଁ ବିଳମ୍ବିତ ରାତି ଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଶେଷ ହୋଇ ନଥିବା ଜଣାପଡ଼ିଛି।

ତେବେ ବର୍ତ୍ତମାନ ସୁଦ୍ଧା ବିମାନ ଦୁର୍ଘଟଣା ହୋଇଥିବା ସ୍ଥାନରୁ ୮୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନରେ ୯୯ ଜଣ ଲୋକ ଥିଲେ। ତେବେ ମୃତକମାନେ ସମସ୍ତେ ବିମାନ ଯାତ୍ରୀ କି ନାହିଁ ସେକଥା ଜଣାପଡ଼ିନାହିଁ।

କାରଣ ବିମାନଟି ନିୟନ୍ତ୍ରଣ ହରାଇ କରାଚିରେ ଥିବା ଜିହ୍ନା ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟ ଆବାସିକ ଅଞ୍ଚଳରେ ହିଁ ଖସି ପଡ଼ିଥିଲା। ବିମାନଟି ଏକାଧିକ ବିଲିଂରେ ମାଡ଼ ହୋଇଥିବାରୁ ସେଠାରେ ରହୁଥିବା ଲୋକମାନେ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ମୃତକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ରହିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ସିନ୍ଧ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜାର ପେଚୁହୋ କହିଛନ୍ତି, ବିଳମ୍ବିତ ରାତି ସୁଦ୍ଧା ୮୨ଟି ମୃତଦେହ ଉଦ୍ଧାର ହୋଇଛି। ଏମାନେ ସମସ୍ତେ ବିମାନ ଯାତ୍ରୀ କି ନାହିଁ ସେକଥା ଜଣାପଡ଼ିନାହିଁ। ପିଆଇଏ ଏ୩୨୦ ବିମାନରେ ୩୧ ମହିଳା, ୯ ଛୋଟ ପିଲା ଓ ୮ କ୍ରୁ ସଦସ୍ୟଙ୍କ ସମେତ ୯୯ ଜଣ ଲୋକ ରହିଥିଲେ।

ବିମାନଟି ଲ୍ୟାଣ୍ଡ କରିବାରେ ସମସ୍ୟା ଭୋଗିବାରୁ କଣ୍ଟ୍ରୋଲ ରୁମ ପକ୍ଷରୁ ପାଇଲଟଙ୍କୁ ଆକାଶରେ ଆଉ ଦୁଇ ରାଉଣ୍ଡ ଚକର ମାରିବାକୁ କୁହାଯାଇଥିଲା। ତେବେ ଆକାଶରେ ଉଡ଼ିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଏୟାରପୋର୍ଟ ନିକଟସ୍ଥ ଏକ ମୋବାଇଲ ଟାୱାରରେ ପିଟି ହୋଇ ବିଲଡିଂଗୁଡ଼ିକ ଉପରେ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୂରା ଅଞ୍ଚଳରେ ନିଆଁ ଲାଗିଯିବା ସହ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା। ତେବେ ୩ ଜଣ ଯାତ୍ରୀଙ୍କୁ ପ୍ରାଥମିକ ଅବସ୍ଥାରେ ତା’ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଥିଲା।

ଏଥିସହ ପାକିସ୍ତାନ ସେନା, ରେଞ୍ଜର୍ସ ଓ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେଇଥିଲେ। ୧୦ରୁ ୧୨ଟି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପୂରା ତଥ୍ୟ ମିଳିପାରିବ।



from Odisha Reporter https://ift.tt/36qmW3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages