ଧୋନିଙ୍କ ଅବସର ଚର୍ଚ୍ଚାରେ ମୁହଁ ଖୋଲିଲେ ସାକ୍ଷୀ, ପରେ ଡିଲିଟ କଲେ ଟ୍ୱିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଧୋନିଙ୍କ ଅବସର ଚର୍ଚ୍ଚାରେ ମୁହଁ ଖୋଲିଲେ ସାକ୍ଷୀ, ପରେ ଡିଲିଟ କଲେ ଟ୍ୱିଟ୍

ରାଞ୍ଚି: ପୁଣିଥରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚା ମଧ୍ୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି। ସେ ଏକ ଟ୍ୱିଟ କରି ହାଶଟ୍ୟାଗ ଧୋନି ରିଟାୟର୍ସ ବା #DhoniRetires ବୋଲି ଲେଖିଛନ୍ତି।

ସେ ଲେଖିଥିଲେ ଯେ “ଏହା କେବଳ ଏକ ଅପପ୍ରଚାର! ମୁଁ ବୁଝିପାରୁଛି ଯେ ଲକଡାଉନ ଲୋକଙ୍କ ମାନସିକ ସନ୍ତୁଳନକୁ ବିଗାଡ଼ି ଦେଇଛି। #DhoniRetires ଗୋଟେ ଜୀବନ ପାଇଛି!”

ସାକ୍ଷୀଙ୍କ ଏହି ଟ୍ୱିଟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସେ ଏହାକୁ ତୁରନ୍ତ ଡିଲିଟ କରିଦେଇଛନ୍ତି। ତେବେ ଏହାର ସ୍କ୍ରିନ ଶଟ୍‌ ଅନେକଙ୍କ ପାଖରେ ରହିଛି। ସାକ୍ଷୀଙ୍କ ଟ୍ୱିଟ ପରେ #DhoniRetires ଟ୍ୱିଟରରେ ଟ୍ରେଣ୍ଡ କରିଥିଲା।

ତେବେ ପରବର୍ତ୍ତୀ ଅବସ୍ଥାରେ ଏହା #DhoniNeverRetiresରେ ବଦଳି ଯାଇଥିଲା। ଅନେକ ଲୋକ ପୁଣି ଧୋନି ଟିମ୍‌ ଇଣ୍ଡିଆ ପାଇଁ ଖେଳିବେ ବୋଲି କହିଛନ୍ତି।

ଜଣେ ଫ୍ୟାନନ ଲେଖିଛନ୍ତି ଯେ “ସାକ୍ଷୀ ସିଂହ ଧୋନି ମ୍ୟାଡାମ ତାଙ୍କ ସ୍ୱାମୀଙ୍କ ଭଳି ଫିନିଶ କରିଛନ୍ତି। ବହୁତ ବଢ଼ିଆ ଶଟ୍‌। #DhoniNeverRetires।” ଆଉ ଜଣେ ଲେଖିଛନ୍ତି, “ଏଠି ଅନେକ କ୍ରିକେଟର ଅଛନ୍ତି। ହେଲେ ମୋ ଫେଭରାଇଟ ହେଉଛନ୍ତି ଧୋନି। ତାଙ୍କ ସ୍ଥାନ ମୋ ହୃଦୟରେ କେହି ବି ନେଇପାରିବେ ନାହିଁ। #DhoniNeverRetires।”

କିଛି ଦିନ ତଳେ ଭେଟରାନ ସ୍ପିନର ହରଭଜନ ସିଂହ ମଧ୍ୟ ଧୋନିଙ୍କ ଅବସର ସମ୍ପର୍କରେ ମୁହଁ ଖୋଲିଥିଲେ। ସେ କହିଥିଲେ, “ମୁଁ ଯେତିକି ଜାଣିଛି ଧୋନି ଆଉ ଟିମ୍‌ ଇଣ୍ଡିଆର ବ୍ଲୁ ଜର୍ସି ପିନ୍ଧିବାକୁ ଚାହିଁବେ ନାହିଁ। ଆଇପିଏଲରେ ସେ ଖେଳି ପାରନ୍ତି କିନ୍ତୁ ଭାରତ ପାଇଁ ସେ ୨୦୧୯(ବିଶ୍ୱକପ)ରେ ଶେଷ ଥର ପାଇଁ ଖେଳି ସାରିଛନ୍ତି।”



from Odisha Reporter https://ift.tt/3eqFx1R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages