ଲକଡାଉନ୍‌ ସମୟରେ କଟକଣା କୋହଳ କଲେ କେନ୍ଦ୍ରାପଡା ଜିଲ୍ଲାପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ଲକଡାଉନ୍‌ ସମୟରେ କଟକଣା କୋହଳ କଲେ କେନ୍ଦ୍ରାପଡା ଜିଲ୍ଲାପାଳ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଲକଡାଉନ୍‌ ସମୟରେ ସରକାରଙ୍କ ଗାଇଡ ଲାଇନକୁ କୋହଳ କଲେ କେନ୍ଦ୍ରାପଡା ଜିଲ୍ଲାପାଳ । ଜିଲ୍ଲାରେ ସକାଳ ୭ ଟାରୁ ୧୧ ଟା ଯାଏ ଦୋକାନ ବଜାର ଖୋଲିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ।

ତେବେ ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ ଆଜିଠୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବାକୁ ନିର୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ମଲ୍‌ , ଶିକ୍ଷାନୁଷ୍ଠାନ, ଜିମ୍, ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି। ସେହିଭଳି ହୋଟେଲ ଓ ଜଳଖିଆ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସେଠାରେ ବସି ଖାଇବାକୁ ବାରଣ କରାଯାଇଛି । କୌଣସି ଦୋକାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।



from Odisha Reporter https://ift.tt/3fq7Dvz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages