ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଅତିକ୍ରମ କରିଥିଲା। ଏବେ ଏହି ସଂଖ୍ୟା ତିନି ହଜାର ପାଖାପାଖି ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୨,୯୫୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧,୪୫୬ ଜଣ ହସ୍ପିଟାଲରୁ ଆରୋଗ୍ୟ ହୋଇଛନ୍ତି। ୧୨୬ ଜଣ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି।
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୩୯୧ ଛୁଇଁଛି। ଏଥିମଧ୍ୟରୁ ୩୩,୫୧୪ ଜଣ ଚିକିତ୍ସାଧୀନ ରହିଛନ୍ତି। ମୋଟ୍ ୧୬୯୪ ଜଣଙ୍କର ମୃତ୍ୟୁ ଘଟିଛି, ୧୪,୧୮୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
ତେବେ ମହାରାଷ୍ଟ୍ରରେ ସର୍ବାଧିକ ୬୧୭ ଜଣଙ୍କର ଏଯାବତ କରୋନାରେ ମୃତ୍ୟୁ ଘଟିଥିବାବେଳେ ଗୁଜରାଟରେ ୩୬୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।
from Odisha Reporter https://ift.tt/2ylQG4V
No comments:
Post a Comment