ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର କଣ୍ଟେନମେଣ୍ଟ ଅଞ୍ଚଳରେ ଆଜି ସକାଳେ ପୁଣି ଉତ୍ତେଜନା ଦେଖାଦେଇଛି। ପ୍ଲାଣ୍ଟ୍ସାଇଟ୍ ବସ୍ତିର ଲୋକମାନେ ମେଳି ହୋଇ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ। କଣ୍ଟେନମେଣ୍ଟ ଜୋନ୍ରେ ଠିକ୍ ଭାବେ ଅତ୍ୟାବସକୀୟ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏମିତିକି ବଜାରକୁ ଯାଇ ସାମଗ୍ରୀ ଆଣିବାକୁ ଲୋକମାନେ ଜିଦି ଧରି ବସିଥିଲେ। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ସେହିପରି ମେ’ ୪ ତାରିଖରେ ରାଉରକେଲାର କଣ୍ଟେନମେଣ୍ଟ ଜୋନ୍ରେ ପୁଲିସ୍ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ। ଏଥିସହ ବ୍ୟାରିକେଡ ଭାଙ୍ଗିଦେଇଥିଲେ। ଏହି ଆକ୍ରମଣରେ କିଛି ପୁଲିସ୍ କର୍ମୀ ଆହତ ହୋଇଥିଲେ।
from Odisha Reporter https://ift.tt/3fo8Xiy
No comments:
Post a Comment