୨ ପୁଅଙ୍କ ଦେହରେ ନିଆଁ ଲଗାଇ ମା’ଙ୍କ ଆତ୍ମାହୁତି ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

୨ ପୁଅଙ୍କ ଦେହରେ ନିଆଁ ଲଗାଇ ମା’ଙ୍କ ଆତ୍ମାହୁତି ଉଦ୍ୟମ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ପ୍ରଧାନ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ । ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ମଧ୍ୟ ଆତ୍ମାହୁତି ଉଦ୍ୟମ କଲେ ମା’ । ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ  ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ୮ ବର୍ଷର ବଡ ପୁଅ   ଓ ମା’ ଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ୩ ବର୍ଷର ସାନ ପୁଅ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

କୌଣସି ପାରିବାରିକ କଳହକୁ ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଘର କବାଟ ଦେଇ ନିଆଁ ଲଗାଇ ଥିଲେ ମହିଳା । ବଡ ପୁଅର ଚିତ୍କାର ଶୁଣି ଘରର ଅନ୍ୟ ସଦସ୍ୟ ଏବଂ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପୁଲିସ୍‌ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

 



from Odisha Reporter https://ift.tt/3bvI5Ko

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages