’୬୫ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ରଥ ନିର୍ମାଣ ଲାଗି ଅନୁମତି ମିଳିବ ନାହିଁ ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

’୬୫ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ରଥ ନିର୍ମାଣ ଲାଗି ଅନୁମତି ମିଳିବ ନାହିଁ ’

ପୁରୀ(ଓଡ଼ିଶା ରିପୋର୍ଟର); ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ଏଯାଏ ଯାତ୍ରା ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍‌ଡାଉନ୍‌କୁ ବଢ଼ାଇ ଦେଇଥିବା ବେଳେ ଏପରି ସ୍ଥିତିରେ ଯାତ୍ରା ସମ୍ପନ୍ନ ହେବା ନେଇ ଦ୍ୱନ୍ଦ ଉପୁଜିଛି।

ହେଲେ ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ କୋଟି କୋଟି ଓଡ଼ିଆଙ୍କ ଭାବାବେଗର ପର୍ବ ରଥ ଯାତ୍ରାର ଆୟୋଜନ ନିମନ୍ତେ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଲକଡାଉନ୍ ନିୟମ ପାଳନ କରି ରଥଖଳାରେ ରଥ ନିର୍ମାଣ କିଭଳି ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରିବ, ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖାଯାଇଛି ।

ସରକାରୀ ଗାଇଡଲାଇନ୍ ଅନୁଯାୟୀ ରଥ ନିର୍ମାଣରେ ସମ୍ପୃକ୍ତ ସବୁ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯିବ। ୬୫ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ରଥ ନିର୍ମାଣ କାମ ଲାଗି ଅନୁମତି ମିଳିବ ନାହିଁ । ରଥ ନିର୍ମାଣ କାମରେ ନିୟୋଜିତ ସମସ୍ତ ବ୍ୟକ୍ତିଙ୍କ ସ୍କ୍ରିନିଂ ଓ ଟେଷ୍ଟିଂ ଲାଗି ଏକ ସ୍ୱତନ୍ତ୍ର ହେଲ୍‌ଥ ପୋଷ୍ଟ ପ୍ରତିଷ୍ଠା କରାଯିବ।

ବଡ଼ ଦାଣ୍ଡ, ରଥ ଖଳା ଏବଂ ଅନ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ କପଡ଼ା ଦ୍ୱାରା ଆବଦ୍ଧ କରାଯାଇ ବିଭକ୍ତିକରଣ କରଯିବ। ଯାହାଦ୍ୱାରା ରଥଖଳାକୁ ସାଧାରଣ ଲୋକଙ୍କ ପ୍ରବେଶକୁ ରୋକାଯାଇ ପାରିବ । ସମସ୍ତଙ୍କ ଲାଗି ମାସ୍କ ବାଧ୍ୟତାମୂଳକ ସହ ନିୟମିତ ବ୍ୟବଧାନରେ ରଥଖଳାକୁ ସାନିଟାଇଜ୍  କରିବାକୁ ପରିଚାଳନା କମିଟି ସଦସ୍ୟମାନେ ପ୍ରସ୍ତାବ ରଖିଛନ୍ତି ।



from Odisha Reporter https://ift.tt/3deXzDI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages