ପୁଣି ୬୫୬୬ କରୋନା ପଜିଟିଭ, ଗଲା ୧୯୪ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ପୁଣି ୬୫୬୬ କରୋନା ପଜିଟିଭ, ଗଲା ୧୯୪ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ଦୀର୍ଘ ଗୋଟିଏ ସପ୍ତାହ ହେଲାଣି ପ୍ରତିଦିନ ୬ ହଜାରରୁ ଅଧିକ କରୋନା ପଜିଟିଭ କେସ୍‌ ସାମ୍ନାକୁ ଆସିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୦ ହଜାରର ନିକଟତର ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ୫ଶହ ଅତିକ୍ରମ କରିଛି। କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁସଂଖ୍ୟା ବି ବୃଦ୍ଧି ପାଉଛି।

ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୫୬୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୩୩୩ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ କରୋନା ଦେଶରେ ୧୯୪ ଜଣଙ୍କ ମୁଣ୍ଡ ନହେଇଛି। କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୦୫ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୩୧ରେ ପହଞ୍ଚି ଯାଇଛି।

ତେବେ ଦେଶରେ ଆରୋଗ୍ୟ ହାର ମଧ୍ୟ ଯଥେଷ୍ଟ ଭଲ ରହିଛି। ବର୍ତ୍ତମାନ ଭାରତର ଆରୋଗ୍ୟ ହାର ୪୨.୮% ଥିବା ବେଳେ ୬୭,୬୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ହସ୍ପିଟାଲରେ ୮୬,୧୧୦ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଜଟିଳ ହୋଇଛି। ଗତ ୨୪ ଘଣ୍ଟାରେ ୨୧ଶହ ୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୫ ଜଣଙ୍କ ମୁଣ୍ଡ ଗଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬,୯୪୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୮୯୭ରେ ପହଞ୍ଚିଛି। ରାଜ୍ୟରେ ମୋଟ ୧୭,୯୧୮ ଜଣ ସୁସ୍ଥ ହୋଇଛନ୍ତି।

ତାମିଲନାଡୁରେ ବି ସ୍ଥିତି ଜଟିଳ। ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ନିକଟତର ହେଲାଣି। ଏଯାଏ ୧୮,୫୪୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରଭାବିତ ରାଜ୍ୟ ତାଲିକାରେ ଦିଲ୍ଲୀ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ପୂର୍ବରୁ ଗୁଜରାଟ ଏହି ସ୍ଥାନରେ ରହିଥିଲା। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୨୫୭ ଥିବା ବେଳେ ଏମାନଙ୍କ ମଧ୍ୟରୁ ୭୨୬୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୦୩ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗୁଜରାଟରେ ମୃତ୍ୟୁସଂଖ୍ୟା ହଜାରେ ପାଖରେ ପହଞ୍ଚିଲାଣି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୧୯୫ ଓ ମୃତ୍ୟୁସଂଖ୍ୟା ୯୩୮ ରହିଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୫୮, ଆସାମରେ ୪, ବିହାରରେ ୧୫, ଚଣ୍ଡିଗଡ଼ରେ ୪, ହରିଆଣାରେ ୧୮, ହିମାଚଳ ପ୍ରଦେଶରେ ୫, ଜମ୍ମୁ-କଶ୍ମୀରରେ ୨୬, ଝାରଖଣ୍ଡରେ ୪, କର୍ଣ୍ଣାଟକାରେ ୪୭, କେରଳରେ ୭, ମଧ୍ୟପ୍ରଦେଶରେ ୩୧୩, ମେଘାଳୟରେ ୧, ଓଡ଼ିଶାରେ ୭, ପଞ୍ଜାବରେ ୪୦, ରାଜସ୍ଥାନରେ ୧୭୩, ତେଲେଙ୍ଗାନାରେ ୬୩, ଉତ୍ତର ପ୍ରଦେଶରେ ୧୮୨ ଓ ପଶ୍ଚିମବଙ୍ଗରେ ୨୮୯ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3erTGMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages