ହାଇଦ୍ରାବାଦ: ପୁଣିଥରେ ଏକ ବରୱେଲରେ ଖସିପଡ଼ି ଜଣେ ୩ ବର୍ଷୀୟ ଶିଶୁ ପ୍ରାଣ ହରାଇଛନ୍ତି। ତେଲେଙ୍ଗାନାର ମେଦକ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଶିଶୁଟି ଗତକାଲି ସନ୍ଧ୍ୟାରେ ହଠାତ୍ ଘର ପାଖରେ ଥିବା ୧୨୦ ଫୁଟ ଗଭୀର ବରୱେଲ ମଧ୍ୟରେ ଖସି ପଡ଼ିଥିଲା।
ଏହାପରେ ତା’କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ଘଣ୍ଟାର ଅପରେସନ ପରେ ଆଜି ଭୋରରୁ ଶିଶୁଟିର ମୃତଦେହ ବରୱେଲ ମଧ୍ୟରୁ ଉଦ୍ଧାର କରାଯାଇଛି। ସାଈ ବର୍ଦ୍ଧନ ନାମକ ଏହି ଶିଶୁଟି ପୋଡଛାନପାଲ୍ଲି ଅଞ୍ଚଳରେ ଖୋଳା ଯାଇଥିବା ବରୱେଲ ନିକଟରେ ଖେଳୁଥିଲା।
ତେବେ ହଠାତ୍ ସେ ଏହା ମଧ୍ୟକୁ ଖସି ପଡ଼ିଲା। ଖବର ପ୍ରଚାର ହେବା ପରେ ସ୍ଥାନୀୟ ପ୍ରଶାସନ ସହ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ପ୍ରଥମେ ବରୱେଲ ମଧ୍ୟକୁ ଅମ୍ଳଜାନ ଛନା ଯାଇଥିଲା। ଏହାପରେ ବରୱେଲ ନିକଟରେ ସମାନ ଉଚ୍ଚର ଏକ ଗାତ ଖୋଳା ଯାଇଥିଲା।
ତେବେ ଦୀର୍ଘ ଘଣ୍ଟା ଧରି ଚାଲିଥିବା ଏହି ଅପରେସନକୁ ସଫଳତା ମିଳି ନଥିଲା। ଉଦ୍ଧାରକାରୀ ଦଳ ଶିଶୁଟିକୁ ଉଦ୍ଧାର କରିଥିଲେ ହେଁ ତା’ ଦେହରେ ଜୀବନ ନଥିଲା। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
from Odisha Reporter https://ift.tt/2zClUVW
No comments:
Post a Comment