ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ସବ୍ଜେଲ୍ରୁ ଜଣେ କଏଦୀ ଖସି ପଳାଇ ଯାଇଥିଲେ। ତେବେ ପୁଲିସ୍ ତାଙ୍କୁ ଧରିବାରେ ସଫଳ ହୋଇଛି। ତାଙ୍କ ନାଁ ନୃସିଂହ ନାଥ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ନୃସିଂହ କୌଣସି ମତେ ଜେଲ୍ରୁ ଖସି ଯାଇଥିଲେ। ଏହା ଜାଣିବା ପରେ ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ସାଲେପୁର ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଖୋଜାଖୋଜି କରି ଗତକାଲି ରାତିରେ ହିଁ ତାଙ୍କୁ ଖଣ୍ଡଗାଁ ଅଞ୍ଚଳରୁ ଧରିଥିଲା।
ଜେଲ୍ରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ନୃସିଂହ କିପରି ଖସି ପଳାଇଥିଲେ, ତାହା ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇଛି।
ସୂଚନାଯୋଗ୍ୟ, ନୃସିଂହ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅଛନ୍ତି।
from Odisha Reporter https://ift.tt/2YBcsfI
No comments:
Post a Comment