ବିଷାକ୍ତ ଗ୍ୟାସ ଲିକ୍‌ରେ ୮ ମୃତ, ସାମ୍ନାକୁ ଆସିଲା ସାଂଘାତିକ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ବିଷାକ୍ତ ଗ୍ୟାସ ଲିକ୍‌ରେ ୮ ମୃତ, ସାମ୍ନାକୁ ଆସିଲା ସାଂଘାତିକ ଭିଡିଓ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଥିବା ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଭୟଙ୍କର ଢଙ୍ଗରେ ଲିକ୍‌ ହୋଇଛି। ଏହା ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ହଜାରରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ନାଗରିକ ଓ ଜଣେ ୮ ବର୍ଷୀୟ ଝିଅ ରହିଛନ୍ତି। ଗ୍ୟାସ ଲିକ ଯୋଗୁ ଛୋଟ ପିଲା ଓ ବରିଷ୍ଠ ନାଗରିକ ଅଧିକ ସଂଖ୍ୟକରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ପରେ ଆସିଥିବା ସାଂଘାତିକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଭିଡିଓଗୁଡ଼ିକରେ ଗ୍ୟାସ ଲିକ ପରେ ଲୋକମାନେ ରାସ୍ତାରେ ପୋକମାଛିଙ୍କ ପରି ପଡ଼ି ରହିଛନ୍ତି। କିଏ ନାଳରେ ପଡ଼ିଛି ତ ଆଉ କିଏ ରାସ୍ତାରେ ପଡ଼ି ରହିଛି। ସେହିପରି ଗୁରୁତର ଅସୁସ୍ଥମାନେ ରାସ୍ତା ଉପରେ ଟଳି ପଡ଼ୁଥିବା ଦେଖିବାକୁ ମିଳୁଛି। ରାସ୍ତାରେ ବାଇକ ଯୋଗେ ଆସୁଥିବା ଲୋକମାନେ ମଧ୍ୟ ଗ୍ୟାସ ଯୋଗୁ ମଧ୍ୟ ଟଳି ପଡ଼ିଛନ୍ତି।

କିଛି ଗାଈ ଗୋରୁ ମଧ୍ୟ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। କୁକୁରମାନେ ଗ୍ୟାସ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ରୁମ ଉପୁଡ଼ି ଯାଇଛି। ସେମାନେ ଅଚେତ ଅବସ୍ଥାରେ ରାସ୍ତାରେ ପଡ଼ିରହିଛନ୍ତି। ଗଛର ପତ୍ର ମଧ୍ୟ ଝାଉଁଳି ପଡ଼ିଥିବାରୁ ଗ୍ୟାସ କେତେ ବିଷାକ୍ତ ରହିଛି, ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରେଡକ୍ରସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାରତୀୟ ନୌସେନା ବି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଶାଖାପଟନମର ନାଇଡୁ ଥୋଟା ଅନ୍ତର୍ଗତ ଆରଆର ଭେଙ୍କଟପୁରମ ନିକଟରେ ଥିବା ଏଲପିଜି ପଲିମରସ ପ୍ଲାଣ୍ଟରୁ ରାତି ୨.୩୦ରୁ ଗ୍ୟାସ ଲିକ ଆରମ୍ଭ ହୋଇଥିଲା। ଏଥିଯୋଗୁ ପ୍ଲାଣ୍ଟର ୫ କିମି ପରିଧି ମଧ୍ୟରେ ଥିବା ଲୋକମାନେ ପ୍ରଭାବିତ ହୋଇଛନ୍ତି।

ସ୍ଥାନୀୟ ଲୋକ ମୁଣ୍ଡ ବିନ୍ଧା, ବାନ୍ତି, ଆଖି ପୋଡ଼ାଜଳା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସାରିଲାଣି। ଏମାନଙ୍କ ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ରହିଛନ୍ତି।

ସେହିପରି ୫ଟି ଗାଁର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।

ଲୋକମାନଙ୍କୁ ଓଦା ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯିବା ସହ ଘରକୁ ନ ବାହାରିବାକୁ କୁହାଯାଇଛି। ଏଥିସହ ଏସି ନ ଚାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ବିଶାଖାପଟନମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଗ୍ରେଟର ବିଶାଖାପଟନମ ପୌରପାଳିକା ପକ୍ଷରୁ ଗ୍ୟାସ ଲିକକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପାଣି ସ୍ପ୍ରେ କରାଯାଉଛି।


୧୯୬୧ ମସିହାରେ ହିନ୍ଦୁସ୍ତାନ ପଲିମର୍ସ ନାଁରେ ଏହା ପ୍ରତିଷ୍ଠା ହୋଇଥିଲା। ତେବେ ପରବର୍ତ୍ତୀ ସମ୍ପର୍କରେ ଏହାକୁ ଦକ୍ଷିଣ କୋରିଆର ଏଲଜି କେମିକାଲ କିଣି ନେଇଥିଲା। ଏହାପରେ ୧୯୭୭ରେ ଏହାର ନାଁ ବଦଳାଇ ଏଲଜି ପଲିମର୍ସ ଇନ୍‌ ଇଣ୍ଡିଆ ବୋଲି ରଖାଯାଇଥିଲା।



from Odisha Reporter https://ift.tt/2yxYQHe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages