ବନ୍ଦେ ଭାରତ ମିଶନ: ବିଦେଶରୁ ଭାରତୀୟଙ୍କୁ ନେଇ କେରଳରେ ପହଞ୍ଚିଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ବନ୍ଦେ ଭାରତ ମିଶନ: ବିଦେଶରୁ ଭାରତୀୟଙ୍କୁ ନେଇ କେରଳରେ ପହଞ୍ଚିଲା ବିମାନ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ ଜରିଆରେ ଦୁଇଟି ବିମାନ ଶୁକ୍ରବାର ବିଳମ୍ବିତ ରାତିରେ କେରଳରେ ପହଞ୍ଚିଛି। ଏୟାର ଇଣ୍ଡିଆର ଦୁଇଟି ବିମାନ ୟୁଏଇରେ ଫସି ରହିଥିବା ୬୬୩ ଜଣ ଭାରତୀୟଙ୍କୁ ଧରି କେରଳରେ ଅବତରଣ କରିଛି।

ଅବୁଧାବି-କୋଚି ଆଇଏକ୍ସ ୪୫୨ ନାମକ ବିମାନରେ ୧୭୭ ଜଣ ବୟସ୍କ ଓ ୪ ଜଣ ଶିଶୁ ରହିଥିବା ବେଳେ ଅବୁଧାବି କୋଝିକୋଡେ ଆଇଏକ୍ସ ୩୪୪ରେ ୧୭୭ ବୟସ୍କ ଓ ୫ ଜଣ ଶିଶୁ ରହିଥିଲେ। ଏମାନଙ୍କୁ ଆଣିବା ପାଇଁ ପ୍ରଥମ ବିମାନଟି ଗୁରୁବାର ସନ୍ଧ୍ୟା ୫.୭ ମିନିଟ ଓ ଦ୍ୱିତୀୟ ବିମାନଟି ୫.୪୬ ମିନିଟ୍‌ରେ ଉଡ଼ାଣ ଭରିଥିଲା। ୧୮୯ ବିଶିଷ୍ଟ ଏୟାର ଇଣ୍ଡିଆର ଏହି ଦୁଇ ବିମାନ ଦୁଇ ଜଣ ପାଇଲଟ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା।

ବିମାନରେ ୧୮୯ ସିଟ୍‌ ଥିଲେ ମଧ୍ୟ ସାମାଜିକ ଦୂରତା ପାଇଁ ୧୭୭ ଜଣଙ୍କୁ ବସିବାକୁ ଦିଆଯାଇଥିଲା। ବିଦେଶରେ ଫସିଥିବା ଲୋକଙ୍କୁ ଆଣିବା ପାଇଁ ଯାଇଥିବା ପାଇଲଟ ଓ କ୍ରୁ ସଦସ୍ୟଙ୍କୁ ପିପିଇ ପିନ୍ଧିବାକୁ ଦିଆଯାଇଥିଲା। ବିମାନରେ ଛାଡ଼ିବା ପୂର୍ବରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହାପରେ ସମସ୍ତଙ୍କୁ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ଦିଆଯାଇଥିଲା। ସେହିପରି ୧୦୦ ଏମଏଲର ସାନିଟାଇଜର ମଧ୍ୟ ଦିଆଯାଇଛି। ବିମାନ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଦୁଇଟି ସ୍ୟାଣ୍ଡୱିଚ, ଫ୍ରୁଟ କେକ ସ୍ଲାଇସ ଓ ହାଫ ଲିଟର ପାଣି ଦିଆଯାଇଥିଲା। ପୂରା ଯାତ୍ରା ସମୟରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

ଭାରତରେ ପହଞ୍ଚିଥିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏବେ ସେମାନଙ୍କର କରୋନା ପରୀକ୍ଷା କରାଯିବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିବା। ସେହିପରି ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିବ, ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

କେନ୍ଦ୍ର ସରକାର ମେ’ ୭ରୁ ୧୩ ମଧ୍ୟରେ ବିଦେଶରେ ଫସିଥିବା ପ୍ରାୟ ୧୫ ହଜାର ଭାରତୀୟଙ୍କୁ ୬୪ଟି ବିମାନ ଓ ୩ଟି ଜାହଜ ଦ୍ୱାରା ସ୍ୱଦେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରାଯାଇଛି। ଲୋକମାନଙ୍କୁ ଏହି ଯାତ୍ରା ପାଇଁ ନିଜେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।



from Odisha Reporter https://ift.tt/2WIe1WG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages