ଚାଲିଚାଲି ଯାଉଥିଲେ ଶ୍ରମିକ, ମାଡ଼ିଗଲା ଟ୍ରେନ୍‌: ୧୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ଚାଲିଚାଲି ଯାଉଥିଲେ ଶ୍ରମିକ, ମାଡ଼ିଗଲା ଟ୍ରେନ୍‌: ୧୫ ମୃତ

ମୁମ୍ବାଇ: ଟ୍ରେନ ଲାଇନରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା କିଛି ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲବାହୀ ଟ୍ରେନ ମାଡ଼ି ଯାଇଛି। ଏଥିରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଶ୍ରମିକମାନେ ମହାରାଷ୍ଟ୍ରରୁ ନିଜ ରାଜ୍ୟ ମଧ୍ୟପ୍ରଦେଶ ଅଭିମୁଖେ ରେଳ ଧାରଣାରେ ଚାଲିଚାଲି ଯାଉଥିବା ବେଳେ ଏଭଳି ଅଘଟଣା ଘଟିଛି।

କରୋନା ଲକଡାଉନ ଯୋଗୁ ସବୁ କିଛି ବନ୍ଦ। ତେଣୁ ମହାରାଷ୍ଟ୍ରରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନେ ମହାରାଷ୍ଟ୍ରରୁ ଚାଲିଚାଲି ନିଜ ରାଜ୍ୟ ମଧ୍ୟପ୍ରଦେଶକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ରାତି ବେଳା ସେମାନେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିଲେ।

ଭୋର ୫.୧୫ରେ ସେମାନେ ରେଳ ଧାରଣା ଉପରେ ଚାଲୁଥିବା ବେଳେ ହଠାତ୍‌ ଏକ ମାଲବାହୀ ଟ୍ରେନ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ୧୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ପ୍ରାଥମିକ ତଦନ୍ତରୁ କୁହାଯାଉଛି ଯେ ଶ୍ରମିକମାନେ ଦୀର୍ଘ ସମୟ ଧରି ଚାଲୁଥିବାରୁ କ୍ଲାନ୍ତ ହୋଇଯାଇଥିଲେ। ତେଣୁ ସେମାନେ ରେଳ ଧାରଣା ଉପରେ ବିଶ୍ରାମ ନେଉ ନେଉ ଶୋଇପଡ଼ିଥିଲେ। ଫଳରେ ଏତେ ବଡ଼ ଅଘଟଣ ଘଟିଛି। କିନ୍ତୁ ଏଯାଏ ବିଧିବଦ୍ଧ ଭାବେ ଏନେଇ କିଛି କୁହାଯାଇନାହିଁ। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଉଛନ୍ତି। ତଥାପି କିଛି ଶ୍ରମିକ ଚାଲିଚାଲି ଶହଶହ କିମି ରାସ୍ତା ଅତିକ୍ରମ କରି ନିଜ ରାଜ୍ୟ ତଥା ଘରକୁ ଯାଉଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2WzFzxj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages