ଆଳି (ବନମାଳୀ ସାହୁ): ସୁଦୂର ଗୋଆରେ ପାଣି ପାଇପ୍ କାମ କରୁଥିବା ୨୧ ବର୍ଷୀୟ ଯୁବକ ପ୍ରକାଶ ନାୟକ ୧୩ ଦିନ ଧରି ସାଇକେଲ୍ ଚଲାଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଟୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ନିଜ ଗାଁ ଏଣ୍ଡୋଳରେ ପହଞ୍ଚିଛନ୍ତି।
ଲକ୍ଡାଉନ୍ ଯୋଗୁ କାମବନ୍ଦ ହୋଇଯିବାରୁ ପ୍ରକାଶ ଘରକୁ ଆସିବାକୁ ଚାହିଁଲେ। ହେଲେ ଟ୍ରେନ୍,ବସ୍ ବନ୍ଦ ହୋଇଯିବା ଯୋଗୁ ଆସିବାର କୌଣସି ଉପାୟ ପାଇଲେ ନାହିଁ। ଅନ୍ୟପକ୍ଷରେ ପାଖରେ ଥିବା ପଇସା ସରିବାକୁ ଲାଗିଥିଲା। ଆଉ କୌଣସି ଚାରା ନ ପାଇ ମେ’ ୧ ତାରିଖରେ ସେ ସାଇକେଲ୍ ଯୋଗେ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ପ୍ରକାଶ ବାଟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ଚୁଡ଼ା ଓ ବିସ୍କୁଟ୍ ଆଦି ଖାଇ ସେ ୧୩ ଦିନ ପରେ ଆସି ଗାଁରେ ପହଞ୍ଚିଥିଲେ।
ବୁଧବାର ଦିନ ପ୍ରକାଶ ଗାଁରେ ପହଞ୍ଚିବା ପରେ ସରପଞ୍ଚ ସନ୍ଧ୍ୟାରାଣୀ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇଯାଇଥିଲେ।
from Odisha Reporter https://ift.tt/2AwclrN
No comments:
Post a Comment