କାଳବୈଶାଖୀ ତାଣ୍ଡବ: ରାସ୍ତାରେ ପଡ଼ିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

କାଳବୈଶାଖୀ ତାଣ୍ଡବ: ରାସ୍ତାରେ ପଡ଼ିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ଜିଲ୍ଲାର ସଦର ବ୍ଲକ ଏବଂ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଘରର ଆଜବେଷ୍ଟସ୍‌ ଉଡିଯାଇଥିବା ଦେଖିବାକୁ ମିଳିଛି। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ୍‌ ସରବହରାହ ବି ଠପ୍ ହେବାସହ ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡ଼ି ରହିଛି ।

ଗତକାଲି ରାତି ପ୍ରାୟ ୩ଟାରୁ ଆରମ୍ଭ ହୋଇଥିଲା ଝଡ଼ ବର୍ଷା। କେବଳ ବୌଦ୍ଧ ସହର ନୁହେଁ, ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଛନ୍ତି।



from Odisha Reporter https://ift.tt/2yzGQwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages