ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ୍‌; କରୋନା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 9, 2020

ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ୍‌; କରୋନା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରି ସାରିଥିବା ବେଳେ ଏହାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରିବାକୁ ତଥା ଆତଙ୍କିତ ନହେବାକୁ ଜିଲ୍ଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ୍ କରାଯାଇଛି।

ଏହି ଟ୍ୱିଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସଠିକ୍ ଖବର ଜାଣିବା ପାଇଁ ଲୋକମାନେ ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌କୁ ଦେଖନ୍ତୁ। ସେହିପରି ଜିଲ୍ଲାରେ ବାହାରିଥିବା ସମସ୍ତ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଓ ସେମାନଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟର ଗୁଡ଼ିକ ‘ନୋ ଗୋ’ ଜୋନ୍‌। ତେଣୁ ସେଠାକୁ କେହି ଯା’ନ୍ତୁ ନାହିଁ।


ଜିଲ୍ଲାପାଳଙ୍କ ତରଫରୁ ଆଉ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି। ଏଥିରେ ଲେଖାଯାଇଛି ଯେ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ଆମେ କଠିନ ପରିଶ୍ରମ କରୁଛୁ। ସମସ୍ତେ ମାସ୍କ ବ୍ୟବହାର କରନ୍ତୁ। ପରସ୍ପର ଠାରୁ ଦୁଇ ମିଟର ଦୂରରେ ରହିବାକୁ ସୁନିଶ୍ଚିତ କରନ୍ତୁ। ବାରମ୍ବାର ହାତ ଧୁଅନ୍ତୁ। ଦୋକାନୀମାନେ ନିଶ୍ଚିତ ଭାବେ ମାସ୍କ ଓ ହ୍ୟାଣ୍ଡ ଗ୍ଲୋଭ୍‌ସ ବ୍ୟବହାର କରନ୍ତୁ। ଦୋକାନ ଆଗରେ ଗ୍ରାହକ ଛିଡ଼ା ହେବା ନିମନ୍ତେ ବୃତ୍ତଚିତ୍ର କରନ୍ତୁ ଓ ସାନିଟାଇଜର ବ୍ୟବହାର କରନ୍ତୁ।

ଏହି ଟ୍ୱିଟ୍‌ରେ ଲୋକଙ୍କୁ ପୋଖରୀରେ ନଗାଧୋଇବାକୁ ତଥା ଭିଡ଼ ନ ଜମାଇବାକୁ ମଧ୍ୟ ଅପିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକିମାନେ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/2WFLJfo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages