ଭାରତରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ଭାରତରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୧ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଯାବତ ୧୦୧୧୩୯ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩,୧୬୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏବେ ୫୮୮୦୨ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେହିପରି ଜଣେ ବିଦେଶୀ କରୋନାରେ ଆକ୍ରାନ୍ତ ହୋଇଥିଲେ ସେ ଏବେ ସ୍ୱଦେଶ ଫେରିଯାଇଛନ୍ତି। ଗୋଟିଏ ଦିନରେ ୪୯୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ମହାରାଷ୍ଟ୍ରରେ ୩୫,୦୫୮, ଗୁଜରାଟରେ ୧୧,୭୪୫, ତାମିଲନାଡୁରେ ୧୧,୭୬୦, ଦିଲ୍ଲୀରେ ୧୦,୦୫୪, ଉତ୍ତର ପ୍ରଦେଶରେ ୪,୬୦୫, ପଶ୍ଚିମବଙ୍ଗରେ ୨,୮୨୫, ରାଜସ୍ଥାନରେ ୫,୫୦୭ ଜଣ ଓ ଓଡ଼ିଶାରେ ୮୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଅନ୍ୟ କରୋନା ପ୍ରଭାବିତ ଦେଶ ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା କମ୍ ରହିଛି। ପ୍ରଭାବିତ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ୧୧ ତମ ସ୍ଥାନରେ ରହିଛି।

ସେହିପରି ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାଖାପାଖି ପହଞ୍ଚିଛି। ଏଥିମଧ୍ୟରୁ ୩୧୭୭୯୨ ଜଣଙ୍କର ମୃତ୍ୟୁ ଘଟିଛି। କରୋନାରେ ସର୍ବାଧିକ କ୍ଷତି ହୋଇଥିବା ଦେଶ ଆମେରିକାରେ ୧୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୯୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ରାତି ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ ଛୁଇଁଥିଲା। ୫୬, ୩୧୬ ଜଣ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ଏହି ସଂଖ୍ୟା ବୃଦ୍ଧି ପାଇଛି।



from Odisha Reporter https://ift.tt/36i59LB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages